Masthead

ଟଙ୍କା ପାଇଁ ମାଆକୁ ମାରିଦେଲା ନୃଶଂସ ପୁଅ

ରାଜଗାଙ୍ଗପୁର(ବଡ଼ ଖବର ବ୍ୟୁରୋ): ଟଙ୍କା ପାଇଁ ପଶୁ ପାଲଟିଲା ପୁଅ । ସାମାନ୍ୟ କେଇଟା ଟଙ୍କା ପାଇଁ ମାଆକୁ ମାରିଦେଲା ନୃଶଂସ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାହିୟାମ ଗ୍ରାମରେ । ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ରାଜୁ ଗୌଡ(୨୩) ନିଜ ଜନ୍ମକଲା ମାଆ ଲକ୍ଷ୍ମୀ ଗୌଡଙ୍କୁ କିଛି ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାରୁ ଉଭୟ ମାଆ-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ପୁଅ ରାଜୁ ଗୌଡ ଉତକ୍ଷିପ୍ତ ହୋଇ ମାଆ ଲକ୍ଷ୍ମୀ ଗୌଡର ତଣ୍ଟି କାଟି ହତ୍ୟା କରିଛି । ଘଟଣା ସ୍ଥଳରେ ରାଜଗାଙ୍ଗପୁର ପୋଲିସ ପହଁଚି ଶବ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି । ତେବେ ଘଟଣା ସ୍ଥଳରୁ ହତ୍ୟାକାରି ପୁଅ ଫେରାର ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା