Masthead

ଟଙ୍କା ପାଇଁ ମାଆକୁ ମାରିଦେଲା ନୃଶଂସ ପୁଅ

ରାଜଗାଙ୍ଗପୁର(ବଡ଼ ଖବର ବ୍ୟୁରୋ): ଟଙ୍କା ପାଇଁ ପଶୁ ପାଲଟିଲା ପୁଅ । ସାମାନ୍ୟ କେଇଟା ଟଙ୍କା ପାଇଁ ମାଆକୁ ମାରିଦେଲା ନୃଶଂସ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାହିୟାମ ଗ୍ରାମରେ । ସୂଚନାଯୋଗ୍ୟ, ଉକ୍ତ ଗ୍ରାମର ରାଜୁ ଗୌଡ(୨୩) ନିଜ ଜନ୍ମକଲା ମାଆ ଲକ୍ଷ୍ମୀ ଗୌଡଙ୍କୁ କିଛି ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାରୁ ଉଭୟ ମାଆ-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ପୁଅ ରାଜୁ ଗୌଡ ଉତକ୍ଷିପ୍ତ ହୋଇ ମାଆ ଲକ୍ଷ୍ମୀ ଗୌଡର ତଣ୍ଟି କାଟି ହତ୍ୟା କରିଛି । ଘଟଣା ସ୍ଥଳରେ ରାଜଗାଙ୍ଗପୁର ପୋଲିସ ପହଁଚି ଶବ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି । ତେବେ ଘଟଣା ସ୍ଥଳରୁ ହତ୍ୟାକାରି ପୁଅ ଫେରାର ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’