Masthead

ଆଜିଠୁ ଖୋଲିବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ୯ମାସ ପରେ ଆଜିଠାରୁ ଖୋଲିବ ରାଜ୍ୟ ସଂଗ୍ରହାଳୟ । ଏଠାରେ ପ୍ରତିଦିନ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ । କିନ୍ତୁ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିବେ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ କହିଛନ୍ତି । ଗ୍ୟାଲେରୀରେ ପ୍ରବେଶ କରିବା ମାତ୍ରେ ସଙ୍ଗୀତ ଦର୍ଶକଙ୍କୁ ଆନମନା କରିବ । ତେବେ ସଂଗ୍ରହାଳୟ ଖୋଲିବା ପରେ କେବଳ ନୌବାଣିଜ୍ୟ ଗ୍ୟାଲେରୀ ନୂଆ କରି ଦର୍ଶକ ଦେଖିପାରିବେ ।

ଅନ୍ୟପକ୍ଷରେ ସଂଗ୍ରହାଳୟ ଖୋଲିବା ପରେ ଦୈନିକ ୨୦୦ ଲୋକଙ୍କୁ ଅନୁମତି ମିଳିବ । ଉଦଘାଟନ ହେବାକୁ ଥିବା ୫ଟି ନୂଆ ଗ୍ୟାଲେରୀ କିଛି ଦିନ ପରେ ଖୋଲିବ ବୋଲି ଜଣାପଡ଼ିଛି । କୋଭିଡ଼ ଗାଇଡ଼ଲାଇନ ପାଳନ କରି ଧାଡ଼ିରେ ସାମାଜିକ ଦୂରତା ବଜାୟ ରଖି ଜଣଙ୍କ ପରେ ଜଣଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବ । ଫାଟକ ସମ୍ମୁଖରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜ ମଧ୍ୟ କରାଯିବ । ପୂର୍ବରୁ କେବଳ ସୋମବାର ବନ୍ଦ ରହୁଥିବା ବେଳେ ସରକାରଙ୍କ କରୋନା କଟକଣା ପାଇଁ ଶନିବାର ମଧ୍ୟ ବନ୍ଦ ରହିବ ରାଜ୍ୟ ସଂଗ୍ରହାଳୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼