Masthead

ଆଜିଠୁ ଖୋଲିବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ୯ମାସ ପରେ ଆଜିଠାରୁ ଖୋଲିବ ରାଜ୍ୟ ସଂଗ୍ରହାଳୟ । ଏଠାରେ ପ୍ରତିଦିନ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ । କିନ୍ତୁ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିବେ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ କହିଛନ୍ତି । ଗ୍ୟାଲେରୀରେ ପ୍ରବେଶ କରିବା ମାତ୍ରେ ସଙ୍ଗୀତ ଦର୍ଶକଙ୍କୁ ଆନମନା କରିବ । ତେବେ ସଂଗ୍ରହାଳୟ ଖୋଲିବା ପରେ କେବଳ ନୌବାଣିଜ୍ୟ ଗ୍ୟାଲେରୀ ନୂଆ କରି ଦର୍ଶକ ଦେଖିପାରିବେ ।

ଅନ୍ୟପକ୍ଷରେ ସଂଗ୍ରହାଳୟ ଖୋଲିବା ପରେ ଦୈନିକ ୨୦୦ ଲୋକଙ୍କୁ ଅନୁମତି ମିଳିବ । ଉଦଘାଟନ ହେବାକୁ ଥିବା ୫ଟି ନୂଆ ଗ୍ୟାଲେରୀ କିଛି ଦିନ ପରେ ଖୋଲିବ ବୋଲି ଜଣାପଡ଼ିଛି । କୋଭିଡ଼ ଗାଇଡ଼ଲାଇନ ପାଳନ କରି ଧାଡ଼ିରେ ସାମାଜିକ ଦୂରତା ବଜାୟ ରଖି ଜଣଙ୍କ ପରେ ଜଣଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବ । ଫାଟକ ସମ୍ମୁଖରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜ ମଧ୍ୟ କରାଯିବ । ପୂର୍ବରୁ କେବଳ ସୋମବାର ବନ୍ଦ ରହୁଥିବା ବେଳେ ସରକାରଙ୍କ କରୋନା କଟକଣା ପାଇଁ ଶନିବାର ମଧ୍ୟ ବନ୍ଦ ରହିବ ରାଜ୍ୟ ସଂଗ୍ରହାଳୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ