Masthead

ଭାରତ ଭିତରେ ଚୀନର ଗାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଭିତରେ ଚୀନର ଗାଁ । ଭାରତର ଅରୁଣାଚଳ ପ୍ରଦେଶରେ ଚୀନ ତିଆରି କରିଛି ନିଜର ଏକ ଗାଁ । ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ୪କିଲୋମିଟର ପରିମିତ ଅଞ୍ଚଳରେ ଚୀନ୍ ତିଆରି କରିଛି ୧୦୦ରୁ ଅଧିକ ଘର । ୧୯୫୯ ମସିହାରୁ ଏହି ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଥିବା ଚୀନ ସେଠାରେ ଗାଁ ବସାଇବାକୁ ଯାଉଥିବା ପ୍ରତିରକ୍ଷା ବିଭାଗର ସୂତ୍ରରୁ ସୂଚନା ମିଳିଛି । ଏହି ଗାଁ ପ୍ରତିଷ୍ଠା କରିବାକୁ ଚୀନ ବହୁ ପୂର୍ବରୁ ଯୋଜନା କରିଆସିଥିଲା ।

ଅରୁଣାଚଳ ପ୍ରଦେଶର ବିବାଦୀୟ ସୁବାନସିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ଧରି ଚୀନ ତା’ର ଏକ ସାମରିକ ବେସ୍ କରିଥିଲା । ପରେ ଏହି ବେସକୁ ଉଠାଇନେଇ ସେଠାରେ ଏହି ଗାଁ ବସାଇଛି । ଭାରତରେ ପ୍ରାୟ ୪ କିମି ଭିତରେ ନିର୍ମିତ ହେଉଛି ଏହି ଗାଁ । ନଭେମ୍ବର ୧ ସୁଦ୍ଧା ଏହି ଗ୍ରାମ ନିର୍ମିତ ହୋଇଥିବା ଜଣାପଡିଛି । ଏହି ଗାଁରେ ୧୦୧ ଘର ଥିବା ଜଣାପଡ଼ିଛି । କେବଳ ଗାଁ ନୁହେଁ ସୁବାନସିରି ଜିଲ୍ଲାରୁ ପ୍ରାୟ ୬୦ ରୁ ୭୦ କିମି ପଶି ଆସି ଚୀନ ଲେନସୀ ନଦୀ କୂଳରେ ସଡ଼କ ନିର୍ମାଣ ଚଳାଇଛି । ଆଶ୍ଚର୍ଯ୍ୟ କଥା ଭାରତ ଏହା ଜାଣିପାରି ନଥିଲା । ଦୁଇଦେଶ ମଧ୍ୟରେ ହୋଇଥିବା ଚୁକ୍ତି ରାଜିନାମାକୁ ଚୀନ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା