Masthead

ବେଙ୍ଗଲ ବ୍ୟାଟେଲ : ମୋଦି ବନାମ ଦିଦି

କଲିକତା (ବଡ଼ ଖବର) : ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି କେନ୍ଦ୍ର ସରକାର । ଆଜି ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ନେତାଜୀ ଜୟନ୍ତୀକୁ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ଭାବେ ପାଳନ କରିଛନ୍ତି ମମତା ବାନାର୍ଜୀଙ୍କ ସରକାର । ନେତାଜୀ ଜୟନ୍ତୀ ଅବସରରେ ମମତା ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି ।

ଉତ୍ତର କୋଲକାତାରେ ଥିବା ଶ୍ୟାମ ବଜାରରୁ ମମତା ପଦଯାତ୍ରାରେ ବାହାରି ଦକ୍ଷିଣ କୋଲକାତାରେ ଥିବା ରେଡ୍ ରୋଡ ପର୍ଯ୍ୟନ୍ତ ଯାଇଛନ୍ତି । ୯ କିଲୋମିଟର ଧରି ଏହି ପଦଯାତ୍ରାର ନିଜେ ନେତୃତ୍ୱ ନେଇଛନ୍ତି ମମତା ବାନାର୍ଜୀ । ଅପରାହ୍ନ ସାଢେ ୩ଟାରେ ନ୍ୟାସନାଲ ଲାଇବ୍ରେରୀରେ ଅନ୍ତର୍ଜାତୀୟ ସେମିନାରକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ନେତାଜୀଙ୍କ ସଂଗୃହିତ ଚିଠିକୁ ନେଇ ଏକ ପୁସ୍ତକର ଲୋକାର୍ପଣ କରିଛନ୍ତି ମୋଦି । ଆଇଏନଏର ସେନାନୀ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଭିକ୍ଟୋରିଆ ମେମୋରିଆଲରେ ନେତାଜୀଙ୍କ ସ୍ମୃତିରେ ତିଆରି କରାଯାଇଥିବା ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ନେତାଜୀଙ୍କୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ହେବ ରାଜନୀତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା