Masthead

ବେଙ୍ଗଲ ବ୍ୟାଟେଲ : ମୋଦି ବନାମ ଦିଦି

କଲିକତା (ବଡ଼ ଖବର) : ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି କେନ୍ଦ୍ର ସରକାର । ଆଜି ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ପରାକ୍ରମ ଦିବସ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ନେତାଜୀ ଜୟନ୍ତୀକୁ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ଭାବେ ପାଳନ କରିଛନ୍ତି ମମତା ବାନାର୍ଜୀଙ୍କ ସରକାର । ନେତାଜୀ ଜୟନ୍ତୀ ଅବସରରେ ମମତା ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି ।

ଉତ୍ତର କୋଲକାତାରେ ଥିବା ଶ୍ୟାମ ବଜାରରୁ ମମତା ପଦଯାତ୍ରାରେ ବାହାରି ଦକ୍ଷିଣ କୋଲକାତାରେ ଥିବା ରେଡ୍ ରୋଡ ପର୍ଯ୍ୟନ୍ତ ଯାଇଛନ୍ତି । ୯ କିଲୋମିଟର ଧରି ଏହି ପଦଯାତ୍ରାର ନିଜେ ନେତୃତ୍ୱ ନେଇଛନ୍ତି ମମତା ବାନାର୍ଜୀ । ଅପରାହ୍ନ ସାଢେ ୩ଟାରେ ନ୍ୟାସନାଲ ଲାଇବ୍ରେରୀରେ ଅନ୍ତର୍ଜାତୀୟ ସେମିନାରକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ନେତାଜୀଙ୍କ ସଂଗୃହିତ ଚିଠିକୁ ନେଇ ଏକ ପୁସ୍ତକର ଲୋକାର୍ପଣ କରିଛନ୍ତି ମୋଦି । ଆଇଏନଏର ସେନାନୀ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି । ସେହିପରି ଭିକ୍ଟୋରିଆ ମେମୋରିଆଲରେ ନେତାଜୀଙ୍କ ସ୍ମୃତିରେ ତିଆରି କରାଯାଇଥିବା ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ନେତାଜୀଙ୍କୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ହେବ ରାଜନୀତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ