Masthead

ବନ୍ଦ ହେବ ‘ଦ କପିଲ ଶର୍ମା ସୋ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟେଲିଭିଜନ ଦୁନିଆରେ କମେଡି କିଙ୍ଗ ଭାବେ ପ୍ରସିଦ୍ଧି ଲାଭ କରିଥିବା କପିଲ ଶର୍ମା ଏବେ ପୁଣି ଟେଲିଭିଜନ ଦୁନିଆକୁ କହିବେ ବାଏ ବାଏ । ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ସୋ’ ବନ୍ଦ ହେବାକୁ ଯ।ଉଛି । ଏହି ସୋ’ର ଫାନ୍ସ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି । ଏହାର ପ୍ରତିଟି ସିଜନରେ ସେଲିବ୍ରେଟି ଆସିଥାନ୍ତି । ସେଟରେ ଖୁବ ମସ୍ତି ହୋଇଥାଏ । ଏହା ଏକ ପପୁଲାର ସୋ’ ଭାବେ ଏର୍ପ୍ୟନ୍ତ ଟେଲିଭିଜନ ଦୁନିଆରେ ରାଜ କରୁଛି । ହେଲେ ଏବେ ଏହି ସୋ’ କୁ ନେଇ ନୂଆ ଅପ୍ଡେଟ ଆସିଛି । ଏହି ସୋ’ ବହୁଶୀଘ୍ର ବନ୍ଦ ହେବାକୁ ଯ।ଉଛି । ଯାହା ଅଗଣିତ ଫାନ୍ସମାନଙ୍କୁ ଏକ ବଡ ଝଟକା ଦେବ ।

ଗଣମାଧ୍ୟମ ସଂସ୍ଥାର ସୂଚନାନୁଯାୟୀ, ମେକର୍ସମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମଧ୍ୟ କପିଲ ଶର୍ମା ସୋ’ ଅନେକ ଥର ବନ୍ଦ ହୋଇ ପୁନର୍ବାର ଆରମ୍ଭ ହୋଇଛି । ମେକର୍ସଙ୍କ କହିବାନୁଯାୟୀ, ଏହି ସୋ’କୁ ଏକ ନୂଆ ଢଙ୍ଗରେ ଦର୍ଶକଙ୍କ ସାମ୍ନାକୁ ଆଣିବେ । ନୂଆ ସିଜନରେ ନୂଆ କ୍ୟାରେକ୍ଟରମାନଙ୍କୁ ମଧ୍ୟ ସାମିଲ କରାଯିବ । ତେବେ ଏହି ସୋ’ରେ କପିଲ ଶର୍ମା ବ୍ୟତୀତ କିକୁ ଶାରଦା, କୃଷ୍ଣା ଅଭିଷେକ, ଭାରତୀ ସିଂ ଓ ସୁମୋନା ଚକ୍ରବର୍ତ୍ତୀ ଆଦି କଳାକାର ନଜର ଆସିବେ । ଏହା ସହ ସୋ’ର ଜର୍ଜ ଭାବେ ଅର୍ଚ୍ଚନା ପୁରନ ସିଂ ନଜର ଆସିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା