Masthead

ସାଧାରଣତନ୍ତ୍ର ଦିବସରେ ଜନ ଆବ୍ରାହାମଙ୍କ ଫ୍ୟାନ୍ସମାନଙ୍କୁ ଉପହାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେଇଛନ୍ତି। ୭୨ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ତାଙ୍କର ଅପକମିଂ ଫିଲ୍ମ ‘ସତ୍ୟମେବ ଜୟତେ-୨’ର ରିଲିଜ ଡେଟ ଘୋଷଣା କରିଛନ୍ତି। ଏଥିସହ ହାତରେ ତ୍ରିରଙ୍ଗା ପତାକା ଧରି ଉଡାଇବା ସହିତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ତନ ମନ ଧନ ଠାରୁବଡ ଜନ ମନ ଗଣ ବୋଲି ସେ କହିଛନ୍ତି। ଜନଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ଏହି ଫଟୋକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।ରିଲିଜ ହୋଇଥିବା ଫିଲ୍ମ “ସତ୍ୟମେବ ଜୟତେ”ର ଏହା ହେଉଛି ସିକ୍ୱେଲ ପାର୍ଟ।

ଏହି ଫିଲ୍ମଟିର କାହାଣୀ ପୋଲିସ, ରାଜନେତା, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ସହ ଜଡିତ ଭ୍ରଷ୍ଟାଚାରକୁ ନେଇ ଆଧାରିତ। ଫିଲ୍ମଟି ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଫିଲ୍ମଟିକୁ ମେ ୧୨ରେ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏହାକୁ ଆଉ ୨ଦିନ ଆଗକୁ ବଢ଼ାଇ ମେ ୧୪ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ମିଲାପ ଝାବେରୀ ନିର୍ଦ୍ଦେଶନା ଦେଇଥିବାବେଳେ ଲିଡ ରୋଲରେ ଜନ ଆବ୍ରାହାମ ଓ ଦିବ୍ୟା ଖୋସଲା କୁମାର ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି