ଟ୍ରାକ୍ଟର ରାଲି: ବ୍ୟାରିକେଟ ଭାଙ୍ଗିଲେ ଚାଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିଙ୍ଘୁ ସୀମାରେ ପୁଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡକୁ ଚାଷୀମାନେ ଭାଙ୍ଗି ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ଆନ୍ଦୋଳନ କରୁଛନ୍ତି । ମଙ୍ଗଳବାର କୃଷକମାନେ ଟ୍ରାକ୍ଟର ରାଲି ବାହାର କରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସକାଳ ୧୦ଟାରେ ଟ୍ରାକ୍ଚର ରାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଦିଲ୍ଲୀ ସୀମାରେ ୬୦ ହଜାରରୁ ଅଧିକ ଟ୍ରାକ୍ଟର ଓ ଲକ୍ଷାଧିକ କୃଷକ ଉପସ୍ଥିତ ରହିଥିଲେ ।

ଦିଲ୍ଲୀ ଭିତରକୁ ପ୍ରବେଶ କରିବା ପାଇଁ ଚାଷୀମାନେ ଚେଷ୍ଟା କରୁଥିବାବେଳେ ସିଙ୍ଘୁ ଓ ଟିକ୍ରି ସୀମାରେ ପୋଲିସ ଲଗାଇଥିବା ବାରିକେଡ୍‌କୁ ଭାଙ୍ଗି ଦେଇଛନ୍ତି। କେଏମପି-କେଜିପି ରାସ୍ତାରେ ପ୍ରାୟ ୨୫ରୁ ୩୦ କିମି ଯାଏଁ ଟ୍ରାଫିକ ସମସ୍ୟା ଉପୁଜିଛି । ଦିଲ୍ଲୀ ଯିବା ପାଇଁ ପ୍ରଥମେ ସେକ୍ଟର-୬୨ ଦେଇ ନୋଏଡା ବା ଭୋପୁରା ହୋଇ ଦିଲ୍ଲୀରେ ପ୍ରବେଶ କରିବେ। ଦିଲ୍ଲୀ ଯିବା ପାଇଁ ଅନ୍ୟ ରାସ୍ତା ସବୁ ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ସମେତ ସିଆର୍‌ପିଏଫ୍‌ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’