Masthead

ଛାତ୍ରୀଙ୍କୁ ମାରି ଫିଙ୍ଗିଦେଲେ

ଯାଜପୁର (ବଡ଼ ଖବର ବ୍ୟୁରୋ): ରମା କଲେଜ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ଦୁଇଜଣ ଯୁବକ ତାଙ୍କୁ ସ୍କୁଟି ନେଇ ଯାଇଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି । ସେପଟେ ମୃତଦେହକୁ ମଧ୍ୟ ଦୁଇଜଣ ଯୁବକ ସ୍କୁଟିରେ ନେଇ ଆସିଥିବା ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ । ସେ ଭୁବନେଶ୍ୱର ରମାଦେବୀ କଲେଜରେ ପାଠ ପଢ଼ୁଥିଲେ । ଗତ ୨୪ ତାରିଖରେ ଝଡେଶ୍ୱର ବସରେ ଭୁବନେଶ୍ୱର ଯାଇଥିବା କହିଛନ୍ତି ତାଙ୍କ ବାପା । ତେବେ ଆଜି ଝିଅ କିପରି ଯାଜପୁରରେ ପହଞ୍ଚିଲା ତାକୁ ନେଇ ଉଠିଛି ପ୍ରଶ୍ନ । ସବୁଠାରୁ ବଡ଼ କଥା ହେଉଛି ସିସିଟିଭିରେ କଏଦ ହୋଇଥିବା ଯୁବକ ଦୁଇଜଣ କିଏ ତାଙ୍କୁ ନେଇ ମଧ୍ୟ ଉଠିଛି ପ୍ରଶ୍ନବାଚୀ । ସେମାନେ କାହିଁକି ଝରାଫୁଲକୁ ମର୍ଡର କଲେ? ସେମାନଙ୍କ ସହ ଝରାଫୁଲଙ୍କ କଣ ସମ୍ପର୍କ? ଏଭଳି ଅନେକ ପ୍ରଶ୍ନବାଚୀ ଏବେ ସାଧାରଣରେ ଉଙ୍କି ମାରିଛି । ସେପଟେ ପୋଲିସ ଘଟଣାର ତନାଘନା କରୁଥିବା ବେଳେ ମୃତକଙ୍କ ଗାଁରେ ଖେଳିଯାଇଛି ଶୋକର ଛାୟା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?