ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା(ବଡ଼ ଖବର): ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ । ରାଉରକେଲା ମାଲବାହୀ ଟ୍ରେନ ଧକ୍କାରେ ଦୁଇ ହାତୀଙ୍କର ମୃତ୍ୟୁ ହୋଇଛି । ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ଠାରେ ଘଟିଛି ଏହି ଘଟଣା । ବିଳମ୍ବିତ ରାତିରେ ହାତୀପଲ ଟ୍ରେନ ଲାଇନ ପାର ହେଉଥିବାବେଳେ ମାଲ ବୋଝେଇ ଟ୍ରେନ ୨ଟି ହାତୀକୁ ଧକ୍କା ଦେଇଥିଲା । ଏ ନେଇ ବନବିଭାଗ କର୍ମଚାରୀ ରେଳ ବିଭାଗକୁ ଦାୟୀ କରିଛି । ବନ ବିଭାଗର ରାଉରକେଲା ଡିଭିଜନ ଏସିଏଫ୍‌ ଟଙ୍କଧର ବେହେରା କହିଛନ୍ତି, ସନ୍ଧ୍ୟା ୭ଟା ବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ହାତୀଙ୍କ ଗତିବିଧି ନେଇ ଅବଗତ କରାଯାଇଥିଲା ଓ ସତର୍କ ରହିବାକୁ କୁହାଯାଇଥିଲା । ତା’ସତ୍ତ୍ୱେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ଥିଲା । ଏହି ହାତୀ ପଛରେ ଆମର ୩୦ ଜଣିଆ ସ୍କ୍ୱାଡ୍‌ ବି ରହିଥିଲା । ସେମାନେ ମଧ୍ୟ ସଙ୍କେତ ଦେଇ ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନ୍‌ଟି ରହି ନଥିଲା । ଏ ନେଇ ଘଟଣାସ୍ଥଳରେ ବିଶ୍ରା ବନବିବାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’