Masthead

ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା(ବଡ଼ ଖବର): ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ । ରାଉରକେଲା ମାଲବାହୀ ଟ୍ରେନ ଧକ୍କାରେ ଦୁଇ ହାତୀଙ୍କର ମୃତ୍ୟୁ ହୋଇଛି । ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ଠାରେ ଘଟିଛି ଏହି ଘଟଣା । ବିଳମ୍ବିତ ରାତିରେ ହାତୀପଲ ଟ୍ରେନ ଲାଇନ ପାର ହେଉଥିବାବେଳେ ମାଲ ବୋଝେଇ ଟ୍ରେନ ୨ଟି ହାତୀକୁ ଧକ୍କା ଦେଇଥିଲା । ଏ ନେଇ ବନବିଭାଗ କର୍ମଚାରୀ ରେଳ ବିଭାଗକୁ ଦାୟୀ କରିଛି । ବନ ବିଭାଗର ରାଉରକେଲା ଡିଭିଜନ ଏସିଏଫ୍‌ ଟଙ୍କଧର ବେହେରା କହିଛନ୍ତି, ସନ୍ଧ୍ୟା ୭ଟା ବେଳେ ରେଳବାଇ କର୍ତ୍ତୃପକ୍ଷଙ୍କୁ ହାତୀଙ୍କ ଗତିବିଧି ନେଇ ଅବଗତ କରାଯାଇଥିଲା ଓ ସତର୍କ ରହିବାକୁ କୁହାଯାଇଥିଲା । ତା’ସତ୍ତ୍ୱେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍‌ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୦୦ କିଲୋମିଟର ଥିଲା । ଏହି ହାତୀ ପଛରେ ଆମର ୩୦ ଜଣିଆ ସ୍କ୍ୱାଡ୍‌ ବି ରହିଥିଲା । ସେମାନେ ମଧ୍ୟ ସଙ୍କେତ ଦେଇ ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନ୍‌ଟି ରହି ନଥିଲା । ଏ ନେଇ ଘଟଣାସ୍ଥଳରେ ବିଶ୍ରା ବନବିବାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ