Masthead

ବାଙ୍କୀ ବୋମାମାଡ଼ ଘଟଣା, ୮ ଗିରଫ

ବାଙ୍କୀ, (ବଡ଼ ଖବର ବ୍ୟୁରୋ): ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ବୋମାମାଡ଼ ପରେ ପଥରରେ ମୁହଁକୁ ଛେଚି ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣାରେ  ବାଙ୍କୀ ପୋଲିସ  ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବୁଧବାର ଆଉ ଦୁଇଜଣଙ୍କୁ ଗିରଫ କରିଛି ।ମୋଟ ୮ ଜଣଙ୍କୁ ଗିରଫ କରି ୨୮୩ /୨୦ରେ ହତ୍ୟା ଅଭିଯୋଗରେ ମାମଲା ରୁଜୁକରି ୧୪୭,୧୪୮,୩୪୧,୩୩୮,୪୨୭,୧୪୯,୨୭ ୩୦୨,୩୪, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ସୂଚନା ଥାଉକି, ଗତ ୨୪ ତାରିଖ ସକାଳେ ପୂର୍ବ ଶତ୍ରୁତାକୁ ନେଇ ଘୋଳପୁର ଗାଁର କିଛି ଦୁର୍ବତ୍ତ ଯୋଜନା ମୁତାବକ ଦୋଳମଣ୍ଡପ ପଡ଼ିଆଠାରେ ଗୋବିନ୍ଦ ବେହେରାଙ୍କ ଉପରକୁ ବୋମାମାଡ଼ କରିଥିଲେ । ଗୋବିନ୍ଦ ବାଇକରୁ ତଳେ ପଡ଼ିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁହଁକୁ ନିର୍ମମ ଭାବେ ପଥରରେ ଛେଚି ପକାଇଥିଲେ । ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଘଟଣାରେ ମୋଟ ୮ ଜଣଙ୍କୁ ଗିରିଫ କରିଛି ବାଙ୍କୀ ପୋଲିସ । ୫ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଜାରି ରଖିଛି।

ଗାଁରେ ଚାପା ଉତ୍ତେଜନା ଥିବାରୁ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି। ହତ୍ୟାକାଣ୍ଡରେ ମାଷ୍ଟରମାଇଣ୍ଡ ଥିବା ଶାସକ ଦଳର ନେତା ତଥା ପୂର୍ବତନ ରାଜ୍ୟ ସମବାୟ ସମିତିର ନିର୍ଦେଶକ ଗତିକୃଷ୍ଣ ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଯୋର ଚର୍ଚ୍ଚା ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ