Masthead

ଭାରତର କୃଷକ ଆନ୍ଦୋଳନକୁ ଆମେରିକାର ବିରୋଧ

ନୂଆଦିଲ୍ଲୀ(ବଡ଼ ଖବର): ଭାରତର କୃଷକ ଆନ୍ଦୋଳନକୁ ବଦେଶୀ ସେଲିବ୍ରେଟିଙ୍କ ସମର୍ଥନ । ତେଣେ ଭାରତର ନୂଆ କୃଷି ନୀତିକୁ ବିଦେଶୀ ରାଷ୍ଟ୍ରଙ୍କ ସମର୍ଥନ । ଏଭଳି ପରିସ୍ଥିତିରେ ଭାରତର ନୂଆ କୃଷିନୀତି ଓ ଏହାକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନ ଗତି କରୁଛି । ଭାରତର ନୂଆ କୃଷି ଆଇନକୁ ସମର୍ଥନ କରିଛି ଆମେରିକା । ଆମେରିକା କହିଛି ନୂଆ କୃଷି ଆଇନ ଭାରତୀୟ ବଜାରରେ ଦକ୍ଷତା ବୃଦ୍ଧି କରିବ ଓ ଅଧିକ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ । ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଶାନ୍ତିପୂର୍ଣ୍ଣ ବିରୋଧ ଯେକୌଣସି ସମୃଦ୍ଧ ଗଣତନ୍ତ୍ରର ଚିହ୍ନ । ଶାନ୍ତିପୂର୍ଣ୍ଣ ବିରୋଧକୁ ଭାରତର ସବୋର୍ଚ୍ଚ ନ୍ୟାୟାଳୟ ମଧ୍ୟ ସମର୍ଥନ କରୁଛି ।

ଆମେରିକାର ଏଭଳି ପଦକ୍ଷେପକୁ ସ୍ୱାଗତ କରୁଛି ଯାହା ଭାରତର ବଜାରରେ ସ୍ଥିତିକୁ ସୁଦୃଢ କରିବ ଓ ଘରୋଇ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବ । ୩ଟି ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଥିବା କୃଷକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ଆଇନରେ କୃଷକ ବ୍ୟାପର ଓ ବାଣିଜ୍ୟ ଅଧିନିୟମ ୨୦୨୦, ମୂଲ୍ୟ ନିଶ୍ଚିତତା ଓ କୃଷି ସେବା ଅଧିନିୟମ ୨୦୨୦ ଓ ଜରୁରୀ ଦ୍ରବ୍ୟ ଅଧିନିୟମ ୨୦୨୦ ସାମିଲ ରହିଛି । ଏହି ଆନ୍ଦୋଳନ୨୬ ଜାନୁଆରୀ ଗଣତନ୍ତ୍ର ଦିବସରେ ଆୟୋଜିତ ଟ୍ରାକ୍ଟର ରାଲିରେ ହିଂସା ଦେଖା ଦେଇଥିଲା । ବିକ୍ଷୋଭକାରୀମାନେ ଦିଲ୍ଲୀରେ ପ୍ରବେଶ ପାଇଁ ବ୍ୟାରିକେଡ ଭାଙ୍ଗି ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ