Masthead

ଦିଲ୍ଲୀପ କୁମାରଙ୍କ ପାକିସ୍ତାନ ଘରର ଦାମ କେତେ ଜାଣନ୍ତି..

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ହିନ୍ଦୀ ଫିଲ୍ମି ଜଗତର ବାଦଶାହା ଦିଲ୍ଲୀପ କୁମାରଙ୍କ ପାକିସ୍ତାନର ଖାଇବର ପାକଖୁତନୱା ପ୍ରଦେଶରେ ଥିବା ପୈତୃକ ଘରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଶହେ ବର୍ଷରୁ ଉଦ୍ଧ୍ୱର୍ ଏହି ପୁରାତନ ହାବେଲି ପରିତ୍ୟକ୍ତ ହୋଇ ପଡିରହିଥିଲା । ଏହାର ମରାମତିରେ ଖର୍ଚ୍ଚ ହୋଇଛି ବିପୁଳ ଟଙ୍କା । ୮୦କୋଟି ୪୬ଲକ୍ଷ ଟଙ୍କାରେ ଏହାକୁ କିଣିବା ପାଇଁ ସ୍ଥାନୀୟ ସରକାର ଚଳାଇଛନ୍ତି ଉଦ୍ୟମ । କିନ୍ତୁ ଏହି ହାବେଲିର ବର୍ତ୍ତମାନର ମାଲିକ ବିକିବା ପାଇଁ ନାରାଜ ।

ମଙ୍ଗଳବାର ଏହି ପୁରାତନ ହାବେଲିର ମାଲିକଙ୍କ ଓକିଲ ଗଲ ରହମନ ମହମ୍ମଦ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ହାବେଲିଟି ପରିତ୍ୟକ୍ତ ହୋଇ ପଡିରହିଥିଲା । ରକ୍ଷଣାବେକ୍ଷଣ ଅଭାବରୁ ହାବେଲିର ବହୁ ଅଂଶ ଭାଙ୍ଗିରୁଜି ଯାଇଥିଲା । ତେବେ ମରାମତି ବାବଦରେ ଖର୍ଚ୍ଚ ହୋଇଛି ୩୫କୋଟି ଟଙ୍କା । ଏହା ହାବେଲି କିଣିବା ଖର୍ଚ୍ଚ ଠାରୁ ଅଧିକ । ତଥାପି ସ୍ଥାନୀୟ ସରକାର ଅଧିକ ଟଙ୍କା ଦେଇ ଏହାକୁ କିଣିବା ପଇଁ ଚେଷ୍ଟା ଚଳାଇଛନ୍ତି । ଟଙ୍କାରେ ଏହି ହାବେଲିକୁ କିଣିବା ପାଇଁ ସରକାର ଚେଷ୍ଟା କରୁଛନ୍ତି । ହାବେଲିଟି ଯେଉଁ ସ୍ଥାନରେ ଅଛି, ସେଠାରେ ଏକର ପ୍ରତି ୭କୋଟି ଟଙ୍କାରେ ବିକ୍ରି ହେଉଛି । ୨୭୨.୨୫ ବର୍ଗଫୁଟ ପରିମିତ ଏହି ହାବେଲିରେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର ଜନ୍ମ ହୋଇଥିଲେ । ଖାଇବର ପାକଖୁତନୱାର ଖାୱାନି ବଜାରର ମଧ୍ୟସ୍ଥଳରେ ଏହି ହାବେଲି ଅଛି । ୨୦୧୪ରେ ନୱାଜ ସରିଫ ସରକାର ଏହି ହାବେଲିକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ