Masthead

ନିଶୁଳ୍କ ଦର୍ଶନ କରିବେ ଭକ୍ତ

ପୁରୀ (ବଡ଼ ଖବର ବ୍ୟୁରୋ): ନିଶୁଳ୍କ ଦର୍ଶନ କରିବେ ଭକ୍ତ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଉ ଦେବାକୁ ପଡ଼ିବନି ପ୍ରବେଶ ଶୁଳ୍କ । ଖାଲି ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ ମାହାଲ, ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ଆଦି ମାହାଲଗୁଡିକର ନିଲାମ ବନ୍ଦ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ନିଲାମ ବନ୍ଦ କରିବା ଯୋଗୁଁ ପ୍ରାୟ ୭ କୋଟି ଟଙ୍କାର ରାଜସ୍ୱ ହାନି ହେବ ।

ତେବେ ପରିଚାଳନା କମିଟିର ନିଷ୍ପତି ଅନୁସାରେ ଭକ୍ତଙ୍କୁ ନିଶୁଳ୍କ ସେବା ଓ ଦର୍ଶନ ପାଇଁ ଏଭଳି ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ପୂର୍ବରୁ ୨୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ନେଉଥିଲେ ନିଲାମଧାରୀ । ସେହିପରି ନରେନ୍ଦ୍ର ପୁଷ୍କରଣୀ ପାଇଁ ଯାତ୍ରୀଙ୍କୁ ଟଙ୍କା ଦେବାକୁ ପଡ଼ୁଥିଲା । ରୋହିଣୀ କୁଣ୍ଡ ପାଇଁ ମଧ୍ୟ ଭକ୍ତଙ୍କୁ ଅର୍ଥ ଦେବାକୁ ପଡ଼ୁଥିଲା । ଏସବୁ ନିଶୁଳ୍କ ହେବା ପରେ ପ୍ରଶାସନକୁ ସାଧୁବାଦ ଦେଇଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା