ଛୁରାମାଡରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରବିବାର ଦିନ ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ଅଞ୍ଚଳରେ ଡକାୟତି ଘଟଣାର ବିରୋଧ କରୁଥୁବା ବେଳେ ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କୁ ଛୁରାମାଡରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଶନିବାର ସକାଳ ପ୍ରାୟ ୯ଟା ୩୦ ମିନିଟରେ ସେ ବଜାରରୁ ନିଜ ପିଲାକୁ ଧରି ଘରକୁ ଫେରୁଥିଲେ । ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ପୀଡିତାଙ୍କୁ ଛୁରାମାଡ କରି ପଳାଇ ଯାଇଥିଲା ।

ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଗଲା । ଏହି ଘଟଣା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଫୁଟେଜରେ ଦେଖିବାକୁ ମିଳିଥିଲା ଦୁଇ ଜଣ ମହିଳା ଚାଲୁଥିବାର । ଜଣେ ପୁରୁଷ ସେହି ମହିଳାଙ୍କୁ ଗୋଡାଉଥିଲା ଏବଂ ତାଙ୍କ ପଛରୁ ଚେନ ଛଡେଇ ନେବାକୁ ଚେଷ୍ଟା କରୁଥିଲା। ମହିଳା ଜଣଙ୍କ ତାଙ୍କୁ ଗୋଡାଇଲେ, ଯାହାଫଳରେ ଅଭିଯୁକ୍ତ ରାସ୍ତାରେ ପଡିଯାଇଥିଲା । ଏହାପରେ ଅଭିଯୁକ୍ତ ଠିଆ ହୋଇ ମହିଳାଙ୍କୁ ଛୁରୀରେ ହତ୍ୟା କରିଥିଲେ । ଆଇପିସି ଧାରା ଅନୁଯାୟୀ ଏହି କେସ ଆଦର୍ଶ ନଗର ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ପ୍ରୟାସ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ