Masthead

ବନ୍ଧୁକ ମୁନରେ ପଣବନ୍ଦୀ

ସୋର (ବଡ଼ ଖବର ବ୍ୟୁରୋ): ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ । ୮ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଭିଡିଓ ଭାଇରାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁ ରେ । ସେହି ଗାଁର ତାପସ କୁମାର ମହାନ୍ତି ନାମକ ଜଣେ ଯୁବକଙ୍କୁ ଏଭଳି ଧମକ ମିଳିଥିବା ଜଣାପଡିଛି । ତାପସ ୮ବର୍ଷ ହେବ ବେଙ୍ଗାଲୁରର ଏକ କେଣ୍ଟଣ୍ଟିନରେ କାମ କରୁଥିଲେ । କିନ୍ତୁ କରୋନା ପାଇଁ ସେ ଆଉ ବେଙ୍ଗାଲୁର ଫେରିନଥିଲେ ।

ଗତ ୨୮ ତାରିଖରେ ଏକ ଅଜଣା ନମ୍ବରରୁ ତାପସଙ୍କୁ ଫୋନ ଆସିଥିଲା । କଲିକତାରେ ଚାକିରୀ ଥିବା ନେଇ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ସୂଚନା ଦେଇଥିଲା । ତେବେ ଖବର ଶୁଣି ତାପସ କଲିକତା ବାହାରି ଯାଇଥିଲେ । ପରଦିନ ସଂନ୍ଧ୍ୟାରେ ତାପସଙ୍କ ସ୍ତ୍ରୀଙ୍କ ଫୋନକୁ ଏକ କଲ ଆସିଥିଲା । ଏବଂ ୮ ଲକ୍ଷ ଟଙ୍କା ନଦେଲେ ସ୍ୱାମୀକୁ ମାରିଦେବେ ବୋଲି ହତ୍ୟା ଧମକ ମିଳିଥିଲା । ଏହାପରେ ତାପସଙ୍କ ହାତ ଗୋଡ ବନ୍ଧା ଯାଇଥିବା ଏକ ଭିଡିଓ ସ୍ତ୍ରୀଙ୍କ ଫୋନକୁ ଆସିଥିଲା ।

ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଭୟଭୀତ ହୋଇ ଅପହରଣକାରୀ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ