Masthead

ସରକାରଙ୍କୁ ବିରୋଧ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ । ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାରଙ୍କ ମତଠାରୁ ଭିନ୍ନ ମତକୁ ଦେଶଦ୍ରୋହୀ କୁହାଯାଇପାରିବ ନାହିଁ । ଅନୁଛେଦ ୩୭୦ ଉପରେ ଟିପ୍ପଣୀ ଦେବାକୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ଉପରେ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

ରଜତ୍ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରମିକୋର୍ଟରେ ଅଭିଯୋଗ ଆଣି କହିଥିଲେ କି ୩୭୦ର ଉଛେଦକୁ ନେଇ ଫାରୁକ୍ ଅବଦୁଲ୍ଲା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଓ ଏଭଳି କରିବା ପାଇଁ ତାଙ୍କୁ ଚୀନ ଓ ପାକିସ୍ତାନରୁ ସହାୟତା ମିଳୁଛି ତେଣୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ସେ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ । ତେବେ ଫାରୁକ୍ ଅବଦୁଲ୍ଲା କହିଥିଲେ କି ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚାଲିଥିବା ବିବାଦର ମୁଖ୍ୟ କାରଣ ହେଉଛି ଅନୁଛେଦ ୩୭୦ ଉଚ୍ଚେ୍ଥଦ । ଚୀନ ଆରମ୍ଭରୁ ୩୭୦ ଉଚ୍ଚେ୍ଥଦକୁ ବିରୋଧ କରୁଥିଲା ତେଣୁ ସୀମାରେ ଚାଲିଥିବା ବିବାଦ ମୋଦି ସରକାରଙ୍କ ଭୁଲ ନୀତି ଯୋଗୁ ହେଉଛି ବୋଲି ସେ କହିଥିଲେ । ଏହି ମନ୍ତବ୍ୟକୁ ଦେଶଦ୍ରୋହ କହି ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା । ଏବେ ସର୍ବୋଚ୍ଚକୋର୍ଟ ଏହି ପିଆଇଏଲକୁ ଖାରଜ କରିଛନ୍ତି । ଜଷ୍ଟିସ କିଶାନ କୌଲ ଏହି ରାୟ ଶୁଣାଇଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ