Masthead

ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ୱର ଦ୍ୱିତୀୟ ବାସପଯୋଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତମ ବାସ ଉପଯୋଗୀ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର । ମ୍ୟୁନିସିପାଲ ପର୍ଫରମାନ୍ସ ଇଣ୍ଡେକ୍ସରେ ୨୫ ନମ୍ବର ସ୍ଥାନ ଗ୍ରହଣ କରିଛି ବିଏମ୍ସି । ଏହି ତାଲିକାରେ ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହରକୁ ପଛରେ ପକାଇଛି ଭୁବନେଶ୍ୱର । ଅନ୍ୟପଟେ ରାଉରକେଲା ରହିଛି ୫୪ତମ ସ୍ଥାନରେ । ସ୍ମାର୍ଟ ସିଟି ଭୁବନେଶ୍ୱର । ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ୱରରେ ରହିବାକୁ ଅଧିକ ଲୋକ ପସନ୍ଦ କରନ୍ତି ।

ଏପରିକି ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହର ତୁଳନାରେ ବି ଅଧିକ ଲୋକଙ୍କର ପସନ୍ଦର ସହର ହେଉଛି ଭୁବନେଶ୍ୱର । ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସିମ୍ଲା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ରହିଛି ଦ୍ୱିତୀୟ ସ୍ଥାନରେ । ଅନ୍ୟପଟେ ରାଉରକେଲା ୫୪ ତମ ସ୍ଥାନରେ ରହିଛି । ଏଥିସହ ମ୍ୟୁନିସିପାଲ୍ ଫରଫରମାନ୍ସ ଇଣ୍ଡେକ୍ସରେ ବିଏମ୍ସିକୁ ୨୫ ତମ ସ୍ଥାନ ମିଳିଛି । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ୧୧୧ଟି ସହରକୁ ନେଇ ହୋିଥିବା ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ-୨୦୨୦ ସର୍ଭେରେ ଭୁବନେଶ୍ୱରକୁ ଏହି ସଫଳତା ମିଳିଛି ।

ଆଜି ଏନେଇ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି । ସହରରେ ଲୋକଙ୍କ ଜୀବନଶୈଳୀ, ଆର୍ଥିକ ସାମର୍ଥ୍ୟ, ନିରନ୍ତର ବିକାଶ, ନାଗରିକଙ୍କ ମତାମତ ଆଦିକୁ ବିଚାର କରି ଏହି ସର୍ଭେ ହୋଇଥିଲା । ସିମଲାକୁ ୬୦ .୯୦ ମାର୍କ ମିଳିଥିବା ବେଳେ ଭୁବନେଶ୍ୱରକୁ ମିଳିଛି ୫୯.୮୫ ପ୍ରତିଶତ ମାର୍କ । ଅନ୍ୟପଟେ ୧୦ ଲକ୍ଷରୁ ଅଧିକ ସହର ମଧ୍ୟରେ ସବୁଠୁ ଅଧିକ ବାସୋପଯୋଗୀ ସହର ଭାବେ ବେଙ୍ଗାଲୁରୁ ମନୋନୀତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ