Masthead

ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ୱର ଦ୍ୱିତୀୟ ବାସପଯୋଗୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍ତମ ବାସ ଉପଯୋଗୀ ସହର ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର । ମ୍ୟୁନିସିପାଲ ପର୍ଫରମାନ୍ସ ଇଣ୍ଡେକ୍ସରେ ୨୫ ନମ୍ବର ସ୍ଥାନ ଗ୍ରହଣ କରିଛି ବିଏମ୍ସି । ଏହି ତାଲିକାରେ ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହରକୁ ପଛରେ ପକାଇଛି ଭୁବନେଶ୍ୱର । ଅନ୍ୟପଟେ ରାଉରକେଲା ରହିଛି ୫୪ତମ ସ୍ଥାନରେ । ସ୍ମାର୍ଟ ସିଟି ଭୁବନେଶ୍ୱର । ୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ୱରରେ ରହିବାକୁ ଅଧିକ ଲୋକ ପସନ୍ଦ କରନ୍ତି ।

ଏପରିକି ଗୁରୁଗ୍ରାମ, ଥିରୁଅନନ୍ତପୁରମ୍, ଗାନ୍ଧୀନଗର ଭଳି ସହର ତୁଳନାରେ ବି ଅଧିକ ଲୋକଙ୍କର ପସନ୍ଦର ସହର ହେଉଛି ଭୁବନେଶ୍ୱର । ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସିମ୍ଲା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ରହିଛି ଦ୍ୱିତୀୟ ସ୍ଥାନରେ । ଅନ୍ୟପଟେ ରାଉରକେଲା ୫୪ ତମ ସ୍ଥାନରେ ରହିଛି । ଏଥିସହ ମ୍ୟୁନିସିପାଲ୍ ଫରଫରମାନ୍ସ ଇଣ୍ଡେକ୍ସରେ ବିଏମ୍ସିକୁ ୨୫ ତମ ସ୍ଥାନ ମିଳିଛି । ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ୧୧୧ଟି ସହରକୁ ନେଇ ହୋିଥିବା ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ-୨୦୨୦ ସର୍ଭେରେ ଭୁବନେଶ୍ୱରକୁ ଏହି ସଫଳତା ମିଳିଛି ।

ଆଜି ଏନେଇ ବିଭାଗୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି । ସହରରେ ଲୋକଙ୍କ ଜୀବନଶୈଳୀ, ଆର୍ଥିକ ସାମର୍ଥ୍ୟ, ନିରନ୍ତର ବିକାଶ, ନାଗରିକଙ୍କ ମତାମତ ଆଦିକୁ ବିଚାର କରି ଏହି ସର୍ଭେ ହୋଇଥିଲା । ସିମଲାକୁ ୬୦ .୯୦ ମାର୍କ ମିଳିଥିବା ବେଳେ ଭୁବନେଶ୍ୱରକୁ ମିଳିଛି ୫୯.୮୫ ପ୍ରତିଶତ ମାର୍କ । ଅନ୍ୟପଟେ ୧୦ ଲକ୍ଷରୁ ଅଧିକ ସହର ମଧ୍ୟରେ ସବୁଠୁ ଅଧିକ ବାସୋପଯୋଗୀ ସହର ଭାବେ ବେଙ୍ଗାଲୁରୁ ମନୋନୀତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ