Masthead

ଜଗା ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ସକାଳରୁ ଅପରାହ୍ନ । ଦୁଇ ଥର ମନ୍ଦିରରେ ଘଟିଲାଣି ଅଘଟଣ । ସକାଳେ ମନ୍ଦିରର ଧୁକୁଡି ଦ୍ୱାରରେ ପଡିଥିଲା ରକ୍ତର ଛିଟା । ଆଉ ଅପରାହ୍ନରେ ମନ୍ଦିର ବେଢାରେ ଘଟିଛି ଜଣେ ଭକ୍ତଙ୍କ ମୃତ୍ୟୁ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଗତବର୍ଷ ଦେଶ ତଥା ରାଜ୍ୟ ଲାଗି ମହାମାରୀ କରୋନା ଘାତକ ସାଜିଥିଲା । ଅନ୍ୟପଟେ ଚଳିତବର୍ଷ ମାର୍ଚ୍ଚରୁ ବଢିଛି ତାତି । ଆଗକୁ ଏହା ଆହୁରୀ ଭୟଙ୍କର ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଲେଣି । ଏଭଳି ସ୍ଥିତିରେ ଆଜି ଶ୍ରୀମନ୍ଦିରରେ ଘଟିଛି ଏଭଳି ଅଘଟଣ ।

ମହାପ୍ରଭୁଙ୍କୁ ଦର୍ଶନସାରି ମନ୍ଦିରରୁ ଫେରୁଥିଲେ ଜଣେ ଭକ୍ତ । ହଠାତ ମନ୍ଦିର ବେଢାରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକହେଲେ କଟକର ମନହୋରଲାଲ ରାଇକୁୱାର । ଏହି ଖବର ପ୍ରଚାର ପରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅଜଣା ଭୟ । ପ୍ରଶ୍ନ ଉଠୁଛି ଯେ, କୋପ କଲେଣି କି ଜଗନ୍ନାଥ । ଦିନକରେ ୨ଥର ହେଲାଣି ମନ୍ଦିର ଅଶୌଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା