Masthead

ଆସିକାରେ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉଦଯାପିତ

ଆସିକା(ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ସହରର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । କେଉଁ ଆବାହନ କାଳରୁ ଆସିକା ସହରରେ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଏହି ଯାତ୍ରାରେ ଖୁବ ଆତ୍ମବିଭୋର ହୋଇ ମାନସିକ ଧାରି ମାନେ ଆସି ଆସିକା ମା ଖମ୍ବେଶ୍ୱରୀ ନଗର ପରିକ୍ରମାରେ ସାମିଲ ହୋଇଥିଲେ । ଏହି ପରିକ୍ରମା ପାଇଁ ପ୍ରତ୍ୟେକ ଦିନ ଚଳଚଂଚଳ ହୋଇ ଉଠିଥିଲା ସାରା ସହର । ପରିକ୍ରମା ବେଳେ ପ୍ରତ୍ୟେକ ଦିନ ଭକ୍ତ ଶ୍ରଦ୍ଧାଳୁ ସମାଗମ ଦେଖିବାକୁ ମିଳିଥିଲା । ଯାତ୍ରା ସମୟରେ ମା’ଙ୍କ ଠାରେ ମାନସିକ ରଖିଲେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଆବାହନ କାଳରୁ ବିଶ୍ୱାସ ରହିଛି ।

ମା’ଙ୍କ ନଗର ପରିକ୍ରମା ପାଇଁ ପୂର୍ବ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ସମସ୍ତ ପ୍ରସ୍ତୁତି ସାଙ୍ଗକୁ ବିଭିନ୍ନ ବେଶରେ ଭକ୍ତ ଶ୍ରଦ୍ଧାଳୁ ମାନେ ରହିଥିଲେ । ବାଜା ବାଜଣାର ତାଳେ ତାଳେ ନାଚି ଉଠୁଥିଲେ । ମାଙ୍କ ଶେଷ ଯାତ୍ରାରେ ନଗର ପରିକ୍ରମା ପରେ ମା ଖମ୍ବେଶ୍ୱରୀ ଅସ୍ଥାୟୀ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁ ଦର୍ଶନ ଦେଇଥିଲେ । ଏହା ସହିତ ବିଭିନ୍ନ ସାହିର ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ଉଭୟ ପୌରାଣିକ ନାଟକ, ଭକ୍ତ ପ୍ରହଲ୍ଲାଦ, ଭାରତ ଲୀଳା ଏବଂ ସାମାଜିକ ନାଟକ ପ୍ରଭୃତି ଅନୁଷ୍ଟିତ ହୋଇଥିଲା । ଏହି ଯାତ୍ରା ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି