Masthead

କେଉଁ ଦେଶରେ ଅଛି ବିଶ୍ୱର ସର୍ବବୃହତ୍ତ ସଂଖ୍ୟକ ନୋଟ

(ବଡ଼ ଖବର): ଆମେ ୫୦୦ ଟଙ୍କିଆ,୧୦୦୦ଟଙ୍କିଆ, ୨୦୦୦ଟଙ୍କିଆ ନୋଟ କଥା ଜାଣିଛେ । ଏହା ଠାରୁ ଅଧିକ ନୋଟ ଥିବା ସମ୍ପର୍କରେ ଆମ୍ଭେମାନେ ଜାଣିନେ । କିନ୍ତୁ ପୃଥିବୀରେ ଏମିତି ଏକ ଦେଶ ଅଛି ୧୦ ଲକ୍ଷ ଟଙ୍କିଆ ନୋଟ ଛାପିଛି । ଦୁର୍ବଳ ଆର୍ଥିକସ୍ଥିତିରୁ ବର୍ତ୍ତିବା ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ନୂଆ ନୋଟ ୧୦ ଲକ୍ଷ ବଲିଭର ପ୍ରଚଳନ କରିଛି ।

ପୂର୍ବରୁ ବିଶ୍ୱରେ କୌଣସି ଦେଶ ଏତେ ବଡ଼ ସଂଖ୍ୟକ ନୋଟ ପ୍ରଚଳନ କରିନାହାନ୍ତି । ଭାରତରେ ୨୦୦୦ ନୋଟ ହେଉଛି ସର୍ବବୃହତ । ଭେନଜୁଏଲାର ମୁଦ୍ରାସ୍ଥିତି ହାର ଏତେ ବୃଦ୍ଧି ପାଇଛି ଯେ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଏପରି ବଡ଼ ମୂଲ୍ୟର ନୋଟ ଛାପିବାକୁ ବାଧ୍ୟ ହୋଇଛି । ଅର୍ନ୍ତଜାତୀୟ ମୁଦ୍ରାପାଣ୍ଠି ଅନୁଯାୟୀ ୧୦ ଲକ୍ଷ ବଲିଭରର ମୂଲ୍ୟ ଅଧା ଆମେରିକୀୟ ଡ଼ଲାର ଓ ଭାରତ ୩୬ ଟଙ୍କା ସହ ସମାନ ।

ପୂର୍ବରୁ ଭେନଜୁଏଲାରେ ୧୦,୨୦,୫୦ ହଜାର ବଲିଭର ନୋଟ ପ୍ରଚଳିତ ହୋଇଆସୁଥିଲା । ଭାରତୀୟ ମୁଦ୍ରା ଏକ ଟଙ୍କା ଭେନଜୁଏଲାରେ ୨୫ ହଜାର ୫ଶହ ୮୫ ଟଙ୍କା । ଏତେ ବଡ଼ ନୋଟ ଛାପିବା ପାଇଁ ଭେନଜୁଏଲା ଇଟାଲୀର ଏକ କମ୍ପାନୀରୁ ୭୧ ଟନ କାଗଜ ଅମଦାନୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ