ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! ଲିକ୍ ପଛର ସିଣ୍ଡିକେଟ୍ ମେମ୍ବର କିଏ? ଲିକ୍ ପ୍ରଶ୍ନପତ୍ରରେ, ସ୍ୱଚ୍ଛତା ପରୀକ୍ଷା କଣ ସମ୍ଭବ? ପରୀକ୍ଷା ବାତିଲ ପାଇଁ ଦାବି । ଥମିବାର ନା ଧରୁନି ପରୀକ୍ଷା ପ୍ରଶ୍ନପତ୍ର ଲିକ୍! ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ! ବଡ଼ ଖବର ହାତରେ ଲାଗିଲା ତଥ୍ୟ । ଖବର ପ୍ରସାରଣ ପରେ ପ୍ରଶ୍ନପତ୍ର ଲିକ୍ କୁ ସ୍ୱୀକାର କଲା ବିଶ୍ୱ ବିଦ୍ୟାଳୟ । ପରୀକ୍ଷାର ଦିନକ ପୂର୍ବରୁ ସର୍ବଜନୀନ ହୋଇ ଚାଲିଥିଲା ପ୍ରଶ୍ନପତ୍ର । ପରୀକ୍ଷା ହଲରେ ଛାତ୍ରଛାତ୍ରୀ, ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର । ଯାହାକୁ ନେଇ ସମସ୍ତେ ଚକିତ୍ ।
ଦାୟିତ୍ୱ ବାନ ଗଣମାଧ୍ୟମ ଭାବରେ ମଧ୍ୟ ଆମେ ଲିକ୍ ପ୍ରଶ୍ନପତ୍ର ସହ ପରୀକ୍ଷା ହଲ୍ କୁ ଆସିଥିବାର ପ୍ରଶ୍ନପତ୍ରକୁ ମେଳ କରିଥିଲୁ । ଯାହା ଆମକୁ ଆହୁରି ଆଶ୍ଚର୍ଯ୍ୟ କରିଦେଲା । କାହିଁକି ନା ଦୁଇଟି ଯାକ ପ୍ରଶ୍ନପତ୍ର ପୁରା ସମାନ ରହିଛି । ୧୦୦ପ୍ରତିଶତକୁ ୧୦୦ପ୍ରତିଶତ ପ୍ରଶ୍ନପତ୍ର ମେଳ ଖାଇଛି । ଖାଲି ବାଣିଜ୍ୟ ବିଭାଗର ପରୀକ୍ଷା ପତ୍ର ସାମ୍ନାକୁ ଆସିଛି । ଅନ୍ୟ କୌଣସି ବିଭାଗର ସ୍ଥିତି କଣ? ପରୀକ୍ଷା ଆରମ୍ଭ ଦିନଠାରୁ ପ୍ରଶ୍ନପତ୍ର ଲିକ୍ ହେବାରେ ଲାଗିଛି! କାହିଁକି କେହି ସେଦିଗରେ ଦେଲେ ନାହିଁ ଦୃଷ୍ଟି ? ଏହାରି ଭିତରେ ସାମ୍ନାକୁ ଆସିଛନ୍ତି ପରୀକ୍ଷା ନିୟନ୍ତ୍ରକ । ପ୍ରଶ୍ନପତ୍ର ଲିକ୍ ନେଇ ସ୍ୱୀକାର କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ, ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ଗଣମାଧ୍ୟମରୁ ଜାଣିଲୋ ସମସ୍ତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି ।
ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି ପରୀକ୍ଷା । ପ୍ରାୟ ୩୦୦ କଲେଜର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା । କେଉଁଠୁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହାର ତଦନ୍ତ କରାଯିବ । କୁଳପତିଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯିବ । ସାଇବର ଥାନାରେ ମାମଲା ରୁଜୁ ହେବ । ଏହାର ସତ୍ୟାସତ୍ୟ ପରୀକ୍ଷା ହେବ । ପ୍ରଶ୍ନପତ୍ର ଲିକ୍ ପ୍ରକୃତରେ ହୋଇଥିଲେ ପୁନଃ ପରୀକ୍ଷା କରାଯିବା ଦୋଷୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବ ବୋଲି ନିୟନ୍ତ୍ରକ କହିଛନ୍ତି । ପରୀକ୍ଷା ବେଳେ କିପରି ବାରବାର ପ୍ରଶ୍ନପତ୍ର ଲିକ୍ ହେଉଛି । ତାହାକୁ ନେଇ ଉଠିଛି ପ୍ରଶ୍ନ?
ଲିକ୍ ପଛର ସିଣ୍ଡିକେଟ୍ ମେମ୍ବର କିଏ? ଯୁବପୀଢିଙ୍କ ଭବିଷ୍ୟତ ସହ କିଏ ଖେଳୁଛି ଖେଳ? କାହିଁକି ସମସ୍ତେ ନୀରବ? କେବେଠାରୁ ଏମିତି ଲିକ୍ ହେବାରେ ଲାଗିଛି ପ୍ରଶ୍ନପତ୍ର? ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଚୁପ୍ କାହିଁକି? ଏଦିଗରେ ରାଜ୍ୟ ସରକାର କେବେ ନେବେ ଆକ୍ସନ? ସେପଟେ ଚାରିଆଡୁ ପରୀକ୍ଷା ବାତିଲ ପାଇଁ ଦାବୀ ଉଠିଛି । ଶିକ୍ଷାବିତଙ୍କ ଠାରୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଭବିଷ୍ୟତ ଗଢିବା ପାଇଁ ପରୀକ୍ଷା ହେଉଛି ହେବ ମଧ୍ୟ । କିନ୍ତୁ କେବେ ସ୍ୱଚ୍ଚତାର ସହ ହେବ । ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ? କଣ ଖାଲି ଆଇନ ଆଣିଦେଲେ ହୋଇଯିବ କି? ନିକଟରେ ଯାହାକୁ ନେଇ ଦେଶ ଉଠିଥିଲା ପଡିଥିଲା ଆଜି ବି ସେହିଭଳି ପ୍ରଶ୍ନପତ୍ର ପ୍ରଘଟ ହେବାରେ ଲାଗିଛି ।
