Masthead

ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ତୃଣମୂଳ କଂଗ୍ରେସର ଚିହ୍ନ ଓ ନାମକୁ ନେଇ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀକୁ ପୃଥକ ନାମ ଓ ନିର୍ବାଚନୀ ଚିହ୍ନ ପ୍ରଦାନ କରାଯାଇଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଦିଆଯାଇଥିବା ବେଳେ ନିର୍ବାଚନୀ ଚିହ୍ନ ଭାବେ ‘ଫୁଟବଲ୍ ଖେଳାଳି’ ଚିହ୍ନ ମିଳିଛି। ସେହିପରି ବିଦ୍ରୋହୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ’ ନାମ ସହ ‘ଲଫାପା’ ଚିହ୍ନ ଦିଆଯାଇଛି।

ଆସନ୍ତା ଉପନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମୂଳ ‘ମମତା ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଓ ‘ଫୁଲ-ଘାସ’ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇଥିଲେ। ଏହାପରେ ଉଭୟ ଗୋଷ୍ଠୀ ନୂଆ ନାମ ଓ ଚିହ୍ନ ପାଇଁ ବିକଳ୍ପ ଦେଇଥିଲେ।
ଆୟୋଗ ଦୁଇ ଗୋଷ୍ଠୀଙ୍କୁ ନିଜ ପସନ୍ଦର ନୂଆ ନାମ ଓ ଉପଲବ୍ଧ ଚିହ୍ନ ମଧ୍ୟରୁ ବିକଳ୍ପ ବାଛିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଅକ୍ଟୋବର ୬ ରେ ରେଜିନଗର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ଦୁଇ ଗୋଷ୍ଠୀ ଏହି ନୂଆ ନାମ ଓ ନିର୍ବାଚନ ଚିହ୍ନ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏବେ ଦୁଇ ଗୋଷ୍ଠୀ ନୂଆ ପରିଚୟ ସହ ଆଗାମୀ ନିର୍ବାଚନୀ ଲଢ଼େଇରେ ମଇଦାନକୁ ଓହ୍ଲାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ