Masthead

କେହି ପଚାରିଲେନି, ଯମ ପାଖକୁ ଯିବି

ମହାକାଳପଡ଼ା (ବଡ଼ ଖବର ବ୍ୟୁରୋ): ଜୀବନର ଚତୁର୍ଥ ସୋପାନରେ ପାଦଥାପିଥିବା ବାପା -ମା’ଙ୍କ ଏକମାତ୍ର ସାହାଭରସା ହୋଇଥାନ୍ତି ପୁଅ-ବୋହୂ । କିନ୍ତୁ ଆଜିର ସମାଜରେ ଏହା ବିରଳ ନିଶ୍ଚୟ । ବାପା-ମା’ଙ୍କ ସେବା କରିବା ଦୂରର କଥା, ସେମାନଙ୍କୁ ଆହାପଦେ କହୁନାହାନ୍ତି ଜନ୍ମକଲା ପୁଅଝିଅ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ତେରଗାଁ ପଂଚାୟତ ନୂଆଗାଁରେ । ନିଜର ଦୁଃଖଯନ୍ତ୍ରଣା ସମ୍ଭାଳି ନପାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ୬୫ ବର୍ଷିୟା ବୃଦ୍ଧା ।

ବୃଦ୍ଧା ନୟନା ପାଳ ବୁଧବାର ଆତ୍ମହତ୍ୟା ପାଇଁ ନିଷ୍ୱତ୍ତି ନେଇଥିଲେ । ସେ ଡେଇଁ ପଡ଼ିଥିଲେ ଲୁଣାନଦୀକୁ । ଗଭୀର ଜଳ ସ୍ରୋତରେ ନୟନା ପ୍ରାୟ ୨ କିଲୋମିଟର ଭାସି ଯାଇଥିଲେ । ନଦୀ ଅପରପାର୍ଶ୍ୱରେ ଷାଠିଏବାଟି ଗାଁ ନିକଟରେ କିଛି ଲୋକଙ୍କ ନଜର ତାଙ୍କ ଉପରେ ପଡିଥିଲା । ସେମାନେ ସଂଗେ ସଂଗେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାରକାରୀମାନେ ପଚାରିବାରୁ ନୟନା ଜଣକ ବଖାଣିଥିଲେ ତାଙ୍କ କରୁଣ କାହାଣୀ । ପୁଅମାନେ ବଡ଼ ହୋଇଯିବା ପରେ ଜଣକ ପରେ ଜଣେ ବିବାହ କଲେ । ଘରକୁ ଆସିଲେ ବୋହୂ । ସ୍ନେହ ଆଦର ପରିବର୍ତ୍ତେ ପୁଅମାନେ ବୋହୂଙ୍କ ସହ ବାପା-ମାଙ୍କ ଠାରୁ ଅଲଗା ହୋଇ ରହୁଛନ୍ତି । ଦୁଃଖ ବୁଝିବା ପାଇଁ କେହି ନାହାନ୍ତି ତାଙ୍କ ପାଖରେ ବୋଲି ନୟନା କାନ୍ଦି କାନ୍ଦି କହିଥିଲେ । କଷ୍ଟ ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ନୟନା କହିବା ବେଳେ ଉଦ୍ଧାରକାରୀମାନଙ୍କର ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା । ନୟନା ଉଦ୍ଧାରକାରୀମାନଙ୍କୁ ଅନୁରୋଧ କରିଥିଲେ, ପୁଅ-ବୋହୂ ତ ପଚାରିଲେନି ଯମପୁର ଯିବା ଠିକ୍ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି