Masthead

ବିଗବସରେ ପ୍ରେମ, ଜୁନରେ ହାତଗଣ୍ଠି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବିଗବସ ୧୪ରୁ ବାହାରିବା ପରଠାରୁ ରାହୁଲ ବୈଦ୍ୟା ଏବଂ ଦିଶା ପରମାର ଅବିଶ୍ମରଣୀୟ ହୋଇ ରହିଛନ୍ତି । ରାହୁଲ ଜାତୀୟ ଟେଲିଭିଜନରେ ଦିଶା ପରମାରଙ୍କୁ ସର୍ବସାଧାରଣରେ ବିବାହ ପ୍ରସ୍ତାବ ଦେଇଥିଲେ । ଭାଲେଣ୍ଟାଇନ ସପ୍ତାହରେ ଏହି ଅଭିନେତ୍ରୀ ଘରେ ପ୍ରବେଶ କରିଥିଲେ । ଯେଉଁଠାରେ ସେ ରାହୁଲଙ୍କ ପ୍ରସ୍ତାବ ଗ୍ରହଣ କରିଥିଲେ। ରାହୁଲ ପ୍ରାୟତ ଦିଶାଙ୍କ ସହ ତାଙ୍କ ବିବାହ ଯୋଜନା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ।  ଏବେ ଏକ ସାକ୍ଷାତ କାର ବେଳେ ସେ ତାଙ୍କ ବିବାହ କରିବାକୁ ଯୈାଜନା କରୁଥିବାର କହିଥିଲେ ।  ଏହି ସାକ୍ଷାତ କାରରେ ଟାଇମ୍ସ ଅଫ ଇଣ୍ଡିଆ ର ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ତାଙ୍କର ବିବାହ ତାରିଖ ଏବଂ ଦିଶାଙ୍କ ପ୍ରତି ଥିବା ତାଙ୍କ ପିଲିଙ୍ଗସ୍ ସେୟାର କରିଥିଲେ। ସେ କହିଥିଲେ ଯେ, ୨୦୧୮ରୁ ପରସ୍ପର ସହ ଚାଟିଂ ଆରମ୍ଭ କରିଥିଲୁ  ଏବଂ ସେଠାରୁ ହିଁ  ପ୍ରେମ ଆରମ୍ଭ ହୋଇଥିଲା । ବିଗବସ ସମାପ୍ତି ପରେ ଦିଶା ଏବଂ ରାହୁଲ ଡେଟିଂରେ ଯାଇଥିଲେ ।

ରାହୁଲ ଘର ଛାଡିବା ପରେ ଦିଶାଙ୍କୁ ବୋହୁତ ମିସ୍ କରୁଥିବା ମଧ୍ୟ କହିଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ ଦୁହେଁ ଦୁହିଁ ଙ୍କୁ ପସନ୍ଦ କରୁଥିଲେ କିନ୍ତୁ କେହି କାହାକୁ କହିନଥିଲେ ।  ଦୁହେଁ ୨-୩ ମାସ ଭିତରେ ବିବାହ କରିବେ ବୋଲି ସାକ୍ଷାତକାରରେ କହିଛନ୍ତି । ତେବେ ଦୁହିଁଙ୍କ ବିବାହକୁ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ସ ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ