Masthead

ଲୋକନାଥ ମନ୍ଦିରରେ ଆଜି ପଙ୍କୋଦ୍ଧାର ଏକାଦଶୀ

ପୁରୀ(ବଡ଼ ଖବର ବ୍ୟୁରୋ) : ଆଜି ପଙ୍କୋଦ୍ଧାରା ଏକାଦଶୀ । ଗୋଟିଏ ଦିନ ପାଇଁ ବାବା ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେବେ । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଆଜି ଅନୁଷ୍ଠିତ ହେବ ପଙ୍କୋଦ୍ଧାର ଏକାଦଶୀ ନୀତି । ଆଉ ମାତ୍ର ଗୋଟାଏ ଦିନ ପରେ ପାଳିତ ହେବ ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା। ପଙ୍କୋଦ୍ଧାରା ଏକାଦଶୀରେ ବାବା ଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଧରା କାର୍ଯ୍ୟରେ ଶ୍ରଦ୍ଧାର ସହ ସାମିଲ ହୋଇଛନ୍ତି ଅନେକ ଭକ୍ତ । ବର୍ଷସାରା ମହାପ୍ରଭୁ ଲୋକନାଥ ପାଣି ଭିତରେ ବୁଡ଼ି ରହିଥାନ୍ତି । କେବଳ ଆଜି ଗୋଟିଏ ଦିନ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହି କାରଣରୁ ବର୍ଷେକାଳ ଗମ୍ଭୀରାରେ ପଡ଼ିଥିବା ଫୁଲ, ବେଲପତ୍ର, ଓ ପଙ୍କ ଆଦିକୁ ଜାଗର ପୂର୍ବ ଏକାଦଶୀ ଦିନ କଢ଼ା ଯାଇଥାଏ । ତେଣୁ ଏହି ଏକାଦଶୀକୁ ଭକ୍ତମାନେ ପଙ୍କୋଦ୍ଧାର ଏକାଦଶୀ ବୋଲି କହିଥାନ୍ତି ।

ଆଜି ରାତ୍ର ୨ଟାରୁ ବାବା ଲୋକନାଥଙ୍କ ନୀତି ଆରମ୍ଭ ହୋଇଥିବା ବେଳେ ୬ଟାରେ ପଙ୍କୋଦ୍ଧାର ଆରମ୍ଭ ହୋଇଥିଲା । ଗୁରୁବାର ଦିନ ଜାଗର ଯାତ୍ରା ପାଳିତ ହେବ । ଏହି ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି କୋଭିଡ କଟକଣା କଡାକଢି ଭାବେ ପାଳନ କରାଯିବ । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ ହେବେ । ମନ୍ଦିର ଭିତରେ ଭକ୍ତମାନେ କିଭଳି ଲୋକନାଥଙ୍କ ଦର୍ଶନ ପାଇବେ ଏନେଇ ପ୍ରଶାସନ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ