Masthead

ସୋନିରେ କପିଲଙ୍କ ସୋ’ ଶେଷ, ଆସିବେ ନୂଆ ପ୍ଲାଟଫର୍ମରେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୋନିରେ କପିଲଙ୍କ ସୋ’ଶେଷ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ୍ ମାନେ ନିରାସ ହୋଇ ପଡିଛନ୍ତି। ସବୁବେଳେ ହସାଉଥିବା କମେଡି କିଙ୍ଗ କପିଲ କ’ଣ କେବେ ତାଙ୍କ ଫ୍ୟାନ୍ସ୍ ମାନଙ୍କୁ ନିରାସ କରିପାରିବେ । ତା ତ କେବେ ନୁହେଁ, ତେଣୁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି। ଖୁବଶୀଘ୍ର ନୂଆ ଷ୍ଟାଇଲରେ ନଜର ଆସିବେ କମେଡି କିଙ୍ଗ। କପିଲ ଶର୍ମା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସ ଏକ ଭିଡିଓ ଦେଖିବାକୁ ପାଇବେ ଦର୍ଶକ ।

କପିଲ ଶର୍ମା ନିଜେ ସେହି ଭିଡିଓକୁ ସେୟାର କରି ଲେଖିଛନ୍ତି, ବହୁତ ଦିନ ହୋଇଗଲା ନେଟଫ୍ଲିକ୍ସ, ମୋର କମେଡି ସ୍ପେଶାଲ ଅଡର କେବେ ଆସିବ କୁହ । ନିକଟରେ ସୋନି ଟିଭିରେ ପ୍ରସାରଣ ହେଉଥିବା କପିଲ ଶର୍ମା ସୋ’ ଅଫ ଏୟାର ହୋଇଛି । ସୋ’ ବନ୍ଦ ହେବା ପଛର କାରଣ ନେଇ କପିଲ କହିଛନ୍ତି – ସେ ଟିକେ କାମରୁ ବ୍ରେକ ନେଇଛନ୍ତି । ସେ ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ସମୟ ବିତେଇବାକୁ ଚାହାନ୍ତି । ସେ ଖୁବ ଶୀଘ୍ର ଫେରିବେ ବୋଲି କହିଛନ୍ତି । ଗତ କିଛି ଦିନ ତଳେ କପିଲ ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି । ଏହା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ତାଙ୍କ ଝିଅ ଅନାୟରାଙ୍କ ସହ ଏକ ଫୋଟ ସେୟାର କରିଥିଲେ । ତାଙ୍କର ସେହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ