Masthead

ବିଶ୍ୱର ସବୁଠାରୁ ଦାମି ଔଷଧ,ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ବଡ଼ ଖବର: ସବୁଠାରୁ ଦାମି ଔଷଧ, ଯାହା ବିଶ୍ୱମାନ୍ୟତା ପ୍ରାପ୍ତ ।  ଯାହାର ମୂଲ୍ୟ ଶୁଣିଲେ ଚକିତ ହୋଇଯିବେ । ଏହି ଔଷଧ ଦ୍ୱାରା ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି(ଏସ୍‌ଏମ୍‌ଏ), ମାଂସପେଶୀରେ ଦୁର୍ବଳତା ଓ ଆନୁବଂଶିକ ରୋଗକୁ ଭଲ କରିପାରିବ । ଯାହାର ମୂଲ୍ୟ ୧.୭୯ ଲକ୍ଷ ପାଉଣ୍ଡ ବା ୧୮ କୋଟି ଟଙ୍କା ରହିଛି। ବିଟ୍ରେନର ଜାତୀୟ ସ୍ୱାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ବିରଳ ‘ଜୋଲଜେନ୍‌ସମାଦ ଔଷଧକୁ ମଞ୍ଜୁରୀ ଦେଇଛି।

ନୋଭାର୍ଟିସ୍‌ ଜିନ୍‌ ଥେରାପିଜ କମ୍ପାନୀ ଦ୍ୱାରା ଏହି ଔଷଧ ପ୍ରସ୍ତୁତ ହୋଇଛି । ସୂଚନା ଅନୁସାରେ ଏହା ଏସ୍‌ଏମ୍‌ଏରେ ପୀଡ଼ିତ ଶିଶୁ ଓ ଛୋଟ ପିଲାଙ୍କଠାରେ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ। ଏସ୍‌ଏମ୍‌ଏଏ ଟାଇପ୍‌-୧ ସହ ଜନ୍ମିତ ଶିଶୁମାନଙ୍କର ଜୀବନଧାରଣ କ୍ଷମତା ମାତ୍ର ୨ ବର୍ଷ ଥାଏ। ସେମାନଙ୍କୁ ‘ଜୋଲଜେନ୍‌ସମାଦ ଦେଲେ ଏହି ଅସୁବିଧା ଦୂର ହୋଇଥାଏ। ଶରୀରରେ ସ୍ନାୟୁ ସଞ୍ଚାଳନ ଓ ମାଂସପେଶୀକୁ ଚଳାଚଳ କରିବା ପାଇଁ ଆବଶ୍ୟକ ପ୍ରୋଟିନ୍‌ ବିକଶିତ ହୋଇଥାଏ।

ଘାତକ ରୋଗରେ ଆକ୍ରାନ୍ତ ହେଉଥିବା ଛୋଟ ପିଲା ଓ ଶିଶୁଙ୍କ ଜୀବନ ଏହା ବଦଳାଇବାରେ ସହାୟକ ହେଉଥିବାରୁ ଏହାର ଦାମ ଅଧିକ ରହିଛି ବୋଲି ବ୍ରିଟେନ୍‌ ଏନ୍‌ଏଚ୍‌ଏସ୍‌ର ମୁଖ୍ୟ କାର୍ୟ୍ୟନିର୍ବାହି ଅଧିକାରୀ ସାର୍‌ ସାଇମନ୍‌ ଷ୍ଟିଭେନ୍‌ସ କହିଛନ୍ତି। ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି ଯୋଗୁ ଶିଶୁ ଓ ଛୋଟ ପିଲାମାନେ ପ୍ରାଣ ହରାନ୍ତି । ଯାହାକୁ ଦୃଷ୍ଟିରେ ରଖି ବ୍ରିଟେନ ଏନଏଚଏସ୍‌ରେ ଔଷଧ ବାହାର କରିବାକୁ ପ୍ରୟାସ କରିଥିଲା। ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ଜୋଲଜେନସମାକୁ ବିକଶିତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼