Masthead

‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ! ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ ନବାନ୍ନ, ଗାଁଠୁ ସହର ଉତ୍ସବମୁଖର। ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଘରକୁ ଫେରିବା ପରେ ଘର-ଅଗଣା ଉଠୁଛି ପଡୁଛି। ପିଠାପଣାର ଆସରରେ ମହକୁଛି ପ୍ରତ୍ୟେକଟି ପରିବାର। ପବିତ୍ର ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ତୁଳା ଲଗ୍ନ, ମକର ନବାଂଶରେ ଲାଗି ହେବ ବର୍ଷର ପ୍ରଥମ ଅମଳ ଶସ୍ୟ ‘ନବାନ୍ନ’। ଏହାପରେ ପାଶ୍ୱର୍ ଦେବଦେବୀ ଓ ଘରର ଇଷ୍ଟ ଦେବଦେବୀଙ୍କଠାରେ ନବାନ୍ନ ଅର୍ପଣ କରି ପ୍ରସାଦ ସେବନ କରିବେ ପଶ୍ଚିମ ଓଡ଼ିଶାବାସୀ। ଅନ୍ୟପଟେ ବର୍ଷା, ସାର ଅଭାବ ଓ ପଞ୍ଜୀକରଣ ସମସ୍ୟା ଭିତରେ ବି ମାଟିର ପର୍ବ ପାଇଁ ଚାଷୀ ମନରେ ଭରିରହିଛି ନିଆରା ଉତ୍ସାହ।

ମା’ ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ବି ୫ ଦିନ ତଳୁ ସ୍ୱତନ୍ତ୍ର କିସମର ନୂଆଁ ସରିଆ  ଧାନ ଆସି ପହଞ୍ଚିସାରିଛି । ଏଥିରୁ ପ୍ରସ୍ତୁତ ନବାନ୍ନକୁ ମା’ଙ୍କ  ନିକଟରେ ଅର୍ପଣ କରାଯିବ ।  ସେପଟେ, ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ ଆସି ପହଞ୍ଚି  ସାରିଛନ୍ତି । ପୂରା ପରିବାର ଏକାଠି ହେବା ପରେ ଘର  ଉତ୍ସାହରେ ଫାଟି ପଡୁଛି । ଭଳିକି ଭେଳି ପିଠାପଣାର ଆସରରେ ଘର ମହକି ଉଠୁଛି । ଅନ୍ୟପଟେ, ଏଥର ବି  ଖରିଫ ଚାଷକୁ ଦାଉ ସାଧିଛି ସରକାରୀ ବ୍ୟବସ୍ଥା । ଚାଷୀ  ପଞ୍ଜୀକରଣ ସମସ୍ୟାରେ ଘାଣ୍ଟି ହୋଇଛି ଚାଷୀ । ନିୟମିତ  ପ୍ୟାକ୍ସ ଓ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ  ହୋଇଥିଲେ । ଏହା ସହ ସାର କଳାବଜାରକୁ ନେଇ ଚାଷୀ  ଯୁଝୁଛି । ତଥାପି ବିଧିରକ୍ଷା ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ  କରି ମାଟି ମା’ର ପୂଜା ପାଇଁ ଚାଷୀ ପୁଅ ଲାଗି ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ