Masthead

ଜାଗର ପୂର୍ବରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲିଙ୍ଗରାଜ ମନ୍ଦିରରେ ବିବାଦ । ରାତି ପାହିଲେ ଜାଗର । ମାତ୍ର ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନ୍ଦ ହୋଇଛି ନୀତିକାନ୍ତି । ରୋଷ ହୋମ ପର ଠାରୁ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ବଡ ନିଯୋଗ ପକ୍ଷରୁ କରାଯାଇଛି ଅସହଯୋଗ । ୨ ପ୍ରମୁଖ ଦାବି ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଦେଇନି ଲିଖିତ ପ୍ରତିଶ୍ରୁତି । ଅନ୍ୟପଟେ ବିବାଦ ସମ୍ପର୍କରେ ପ୍ରଶାସନ ହସ୍ତକ୍ଷେପ କରୁନି ବୋଲି ଅଭିଯୋଗ ହେଉଛି । ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।

କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଘାଟ କରାଇବାକୁ ଦାବି କରିଛି ବ୍ରାହ୍ମଣ ନିଯୋଗ । ଏହି ପରମ୍ପରା ଦୀର୍ଘଦିନ ହେଲା ବନ୍ଦ ରହିଛି। ଯାହାକୁ ନେଇ ବ୍ରହ୍ମଣ ନିୟୋଗ ଅସନ୍ତୋଷ ବ୍ୟକ୍ତ କରିଛି । ଏନେଇ ବ୍ରାହ୍ମଣ ନିୟୋଗ ୨ ଦିନ ପୂର୍ବରୁ ଦେବୋତ୍ତାର କମିସନରଙ୍କୁ ଜଣାଇଥିଲା । ହେଲେ କିଛି ସୁଫଳ ନମିଳିବାରୁ ଗତକାଲି ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଅସହଯୋଗ କରିବାକୁ ଚେତାବନୀ ଦେଇଥିଲେ । ଯାହାଫଳରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରାଯାଇଛି । ଅନ୍ୟପଟେ କୋଭିଡ କଟକଣାରେ ଜାଗର ପାଳିତ ହେବ ବୋଲି କହିଛି ବିଏମସି । ଅନ୍ୟପଟେ ବ୍ରାହ୍ମଣ ନିଯୋଗର ଅସଯୋଗରୁ କିଭଳି ମହାଦୀପ ଉଠିବ ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..