ବିଶ୍ୱର ସବୁଠାରୁ ଦାମି ଔଷଧ,ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ବଡ଼ ଖବର: ସବୁଠାରୁ ଦାମି ଔଷଧ, ଯାହା ବିଶ୍ୱମାନ୍ୟତା ପ୍ରାପ୍ତ ।  ଯାହାର ମୂଲ୍ୟ ଶୁଣିଲେ ଚକିତ ହୋଇଯିବେ । ଏହି ଔଷଧ ଦ୍ୱାରା ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି(ଏସ୍‌ଏମ୍‌ଏ), ମାଂସପେଶୀରେ ଦୁର୍ବଳତା ଓ ଆନୁବଂଶିକ ରୋଗକୁ ଭଲ କରିପାରିବ । ଯାହାର ମୂଲ୍ୟ ୧.୭୯ ଲକ୍ଷ ପାଉଣ୍ଡ ବା ୧୮ କୋଟି ଟଙ୍କା ରହିଛି। ବିଟ୍ରେନର ଜାତୀୟ ସ୍ୱାସ୍ଥ୍ୟ ସେବା(ଏନ୍‌ଏଚ୍‌ଏସ୍‌) ବିରଳ ‘ଜୋଲଜେନ୍‌ସମାଦ ଔଷଧକୁ ମଞ୍ଜୁରୀ ଦେଇଛି।

ନୋଭାର୍ଟିସ୍‌ ଜିନ୍‌ ଥେରାପିଜ କମ୍ପାନୀ ଦ୍ୱାରା ଏହି ଔଷଧ ପ୍ରସ୍ତୁତ ହୋଇଛି । ସୂଚନା ଅନୁସାରେ ଏହା ଏସ୍‌ଏମ୍‌ଏରେ ପୀଡ଼ିତ ଶିଶୁ ଓ ଛୋଟ ପିଲାଙ୍କଠାରେ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ। ଏସ୍‌ଏମ୍‌ଏଏ ଟାଇପ୍‌-୧ ସହ ଜନ୍ମିତ ଶିଶୁମାନଙ୍କର ଜୀବନଧାରଣ କ୍ଷମତା ମାତ୍ର ୨ ବର୍ଷ ଥାଏ। ସେମାନଙ୍କୁ ‘ଜୋଲଜେନ୍‌ସମାଦ ଦେଲେ ଏହି ଅସୁବିଧା ଦୂର ହୋଇଥାଏ। ଶରୀରରେ ସ୍ନାୟୁ ସଞ୍ଚାଳନ ଓ ମାଂସପେଶୀକୁ ଚଳାଚଳ କରିବା ପାଇଁ ଆବଶ୍ୟକ ପ୍ରୋଟିନ୍‌ ବିକଶିତ ହୋଇଥାଏ।

ଘାତକ ରୋଗରେ ଆକ୍ରାନ୍ତ ହେଉଥିବା ଛୋଟ ପିଲା ଓ ଶିଶୁଙ୍କ ଜୀବନ ଏହା ବଦଳାଇବାରେ ସହାୟକ ହେଉଥିବାରୁ ଏହାର ଦାମ ଅଧିକ ରହିଛି ବୋଲି ବ୍ରିଟେନ୍‌ ଏନ୍‌ଏଚ୍‌ଏସ୍‌ର ମୁଖ୍ୟ କାର୍ୟ୍ୟନିର୍ବାହି ଅଧିକାରୀ ସାର୍‌ ସାଇମନ୍‌ ଷ୍ଟିଭେନ୍‌ସ କହିଛନ୍ତି। ଘାତକ ସ୍ପାଇନାଲ୍‌ ମସ୍କୁଲାର ଆଟ୍ରପି ଯୋଗୁ ଶିଶୁ ଓ ଛୋଟ ପିଲାମାନେ ପ୍ରାଣ ହରାନ୍ତି । ଯାହାକୁ ଦୃଷ୍ଟିରେ ରଖି ବ୍ରିଟେନ ଏନଏଚଏସ୍‌ରେ ଔଷଧ ବାହାର କରିବାକୁ ପ୍ରୟାସ କରିଥିଲା। ବିଭିନ୍ନ ପରୀକ୍ଷା ନୀରିକ୍ଷା ପରେ ଜୋଲଜେନସମାକୁ ବିକଶିତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’