Masthead

ସୁପ୍ରିମକୋର୍ଟ: ଶାଶୁ ଘରେ ମହିଳା ଆଘାତ ହେଲେ ସ୍ୱାମୀ ଦାୟୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶାଶୁ ଘରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନକୁ ବଢିବାରେ ଲାଗିଛି । ସେ ଯୌତୁକ ନିର୍ଯାତନା ହେଉ କିମ୍ବା ମାନସିକ ନିର୍ଯାତନା, ପ୍ରତ୍ୟେକ ଦିନ ଶାଶୁଘରେ ନିର୍ଯାତିତ ହୁଅନ୍ତି ମହିଳାମାନେ । କିନ୍ତୁ ଏବେ ଶାଶୁ ଘରେ ମହିଳାଙ୍କ ପ୍ରତି କୌଣସି ପ୍ରକାର ଶାରୀରିକ ଆଘାତ ହେଲେ, ସେଥିପାଇଁ ସ୍ୱାମୀ ହିଁ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଯଦି କୌଣସି ସମ୍ପର୍କୀୟଙ୍କ ଦ୍ୱାରା ମଧ୍ୟ ଆଘାତ ପଂହଚାଯାଏ ତେବେ ସ୍ୱାମୀ ମଧ୍ୟ ଦାୟୀ ରହିବେ ବୋଲି ଏକ ମାମଲାର ଶୁଣାଣି କରି ସବୋର୍ଚ୍ଚ ଅଦାଲତ ଟିପ୍ପଣୀ କରିଛନ୍ତି । ଏଥି ସହିତ ଗିରଫକୁ ଏଡ଼ାଇବା ଲାଗି ଆଗୁଆ ଜାମିନ ଲୋଡ଼ିଥିବା ସ୍ୱାମୀଙ୍କ ଆବେଦନକୁ ଅଦାଲତ ଖାରଚ କରିଦେଇଛନ୍ତି ।

୨୦୧୭ ବିବାହିତ ଲୁଧିଆନାର ଏହ ଦମ୍ପତିଙ୍କର ୨୦୧୮ରେ ଏକ ସନ୍ତାନ ଜନ୍ମ ନେଇଥିଲା । ସ୍ୱାମୀ ସମେତ ଶାଶୁ ଓ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେଇ ମାରଧର କରିଥିଲେ ବୋଲି ଗତବର୍ଷ ଜୁନରେ ସେ ପୋଲିସକୁ ଜଣାଇଥିଲେ । ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ପ୍ରୟାସ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ତେବେ ଏହି ମାମଲାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରିଦେଇଥିବାବେଳେ ସେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା