Masthead

ଅନିଶ୍ଚିତତା ରେ “ମା” ଙ୍କ ପୂଜା !

ପୂଜା କମିଟି ଟ୍ରଷ୍ଟ ହାଇକୋର୍ଟ ର ଦ୍ଵାରସ୍ଥ । 

କଟକ/ଭୁବନେଶ୍ୱର:
କରୋନା ପାଇଁ ସବୁ ଉତ୍ସବ ଉପରେ କଟକଣା ।
କଟକଣା ଭିତରେ ରଥଯାତ୍ରା, ଗଣେଷ ପୂଜା ଅନୁଷ୍ଠିତ ହୋଇଯାଇଛି ।
କଟକ ସହର ର ବଡପର୍ବ ଦୂର୍ଗା ପୂଜା ପାଇଁ ମଧ୍ଯ କଟକଣା ଜାରି କରିଛନ୍ତି ସରକାର । ପୂଜା କୁ ନେଇ ଦ୍ଵନ୍ଦ ଦେଖା ଦେଇଥିବା ଜଣାପଡ଼ିଛି । ଦଶହରା କେମିତି ହେବ, କଟକଣା ଭିତରେ ହେବ ନା ବିନା କଟକଣାରେ ହେବ, ଉଚ୍ଚ ମୂର୍ତ୍ତି ନିର୍ମାଣ ହେବ ନା ମାତ୍ର ୪ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ ହେବ, ପୂଜାରେ ୫ ଜଣ ଲୋକ ସାମିଲ ହେବେ ନା ଏହାଠାରୁ ଅଧିକ ଲୋକଙ୍କ ସମାଗମ ହେବ, ଭସାଣି ଟ୍ରଲିରେ ହେବ ନା ଚେସିସ୍‌ରେ ହେବ..? ଦଶହରାକୁ ନେଇ ଲାଗି ରହିଥିବା ଏଭଳି ନାନା ପ୍ରଶ୍ନ ଓ ବିବାଦର ସମାଧାନ ପନ୍ଥା ବାହାରି ପାରୁନି । ପ୍ରଶାସନ କରୋନା ପାଇଁ ଦଶହରା ପୂଜା ଉପରେ କଟକଣା ଲଗାଇ ଚାଲିଥିଲା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଭିନ୍ନ ପୂଜା କମିଟି । ଏଣୁ ଦଶହରାକୁ ନେଇ ଘୋଷଣା ହୋଇଥିବା ପ୍ରଶାସନର ବିଭିନ୍ନ ନିଷ୍ପତ୍ତିକୁ ବିରୋଧ କରି କଟକର ୨୪ଟି ପୂଜା କମିଟି ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିକୁ ନେଇ ଗଠିତ ଏକ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା