Masthead

ଶିମିଳିପାଳର ସ୍ଥିତି ପରକ୍ଷିଲେ ବିଜେପି ଟିମ

ଶିମିଳିପାଳ(ବଡ଼ ଖବର ବ୍ୟୁରୋ): ଶିମିଳିପାଳକୁ ନେଇ ରାଜ୍ୟସରକାର ବହୁ ନିନ୍ଦିତ ହେଲେଣି । ସରକାରୀ ତଥ୍ୟରେ ରହୁନି ତାଳମେଳ । ରାଜ୍ୟବାସୀଙ୍କୁ ମିଳିପାରୁନି ଶିମିଳିପାଳ ବାବଦରେ ସଠିକ ତଥ୍ୟ । ସରକାର ଓ ଗ୍ରାଉଣ୍ଡ ଲେବୁଲ ଅଧିକାରୀଙ୍କ କଥାରେ ରହୁଛି ମତପାର୍ଥକ୍ୟ । ବର୍ତ୍ତମାନ ଅନ୍ଧାରରେ ଶିମିଳିପାଳର ଭାଗ୍ୟ ଭବିଷ୍ୟତ । ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା ଲାଗି ଶିମିଳିପାଳ ଗଲେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । କ୍ଷେତ୍ର ପରିଦର୍ଶନ କରିଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶିମିଳିପାଳ ଯାଇଛନ୍ତି ୧୩ ଜଣିଆ ବିଧାୟକ ଟିମ । ଜଙ୍ଗଲ ନିଆଁର ସାମ୍ପ୍ରତିକ ସ୍ଥିତି କଣ ରହିଛି ଓ ବନ୍ୟ ଜନ୍ତୁ କେତେ ପରିମାଣରେ ପ୍ରଭାବିତ ହୋଇଛନ୍ତି, ଏହାର ଗ୍ରାଉଙ୍ଗ ଜିରୋରୁ ତଥ୍ୟ ସଂଗ୍ରହ କରିଛି ଏହି ଟିମ । ଦିନ ତମାମ ଶିମିଳିପାଳର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛି ଦଳ । ସ୍ଥିତି ଅନୁଧ୍ୟାନ ସହ ରାଜ୍ୟ ସରକାର ଜଙ୍ଗଲ ନିଆଁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ଏହାର ଅନୁଧ୍ୟାନ କରିଛି ଦଳ । ଶିମିଳିପାଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛି ଦଳ ।

ସ୍ଥାନୀୟ ସରକାରୀ ଅଧିକାରୀ ସହ ବିଚାର ବିମର୍ଶ କରିଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ବିଧାନସଭାରେ ଓ ବାହାରେ ସରକାରଙ୍କୁ ଘେରିଛି ଦଳ । ଦଳରେ ଅଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ସୁବାଷ ପାଣିଗ୍ରାହୀ, ନାଉରି ନାୟକ, ଜୟନ୍ତ ଷଡଙ୍ଗୀ, ସନାତନ ବିଜୁଳି, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭାସ୍କର ମଢେଇ, ନବ ଚରଣ ମାଝୀ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ବୁଧନ ମୁର୍ମୁ, ଗଣେଶରାମ ଖୁଣ୍ଟିଆ  । ଏହା ସହ ମୟୂରଭଞ୍ଜର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ବିଜେପିର ୨ ସାଙ୍ଗଠନିକ ଜିଲ୍ଲା ରାଇରଙ୍ଗପୁର ଓ ବାରିପଦାର ସଭାପତି ମଧ୍ୟ ସାମିଲ ହୋଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ!