Masthead

ପ୍ରୀତିପୁରରେ ରସାତଳେ ସ୍ବାସ୍ଥ୍ୟ ସେବା: ପଚାରିଲେ ମିଳୁଛି ଏମିତି ଉତ୍ତର

ଯାଜପୁର(ବଡ଼ ଖବର ବ୍ୟୁରୋ): ସରକାରଙ୍କ କଥା ଓ ବାସ୍ତବ ଚିତ୍ର ପୁରା ଅଲଗା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବାକୁ ମିଳୁଛି ଅବ୍ୟବସ୍ଥା । ୫ଥରର ବିଧାୟିକାଙ୍କ ଅଞ୍ଚଳରେ ନାହାନ୍ତି ଡାକ୍ତର । ଆୟୁଷ ଡାକ୍ତରରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଜନତାଙ୍କୁ ମିଳୁନି ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା । ଏଭଳି ଆଉ କେତେଦିନ ଚାଲିବ ବୋଲି ଲୋକେ କଲେଣି ପ୍ରଶ୍ନ । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ । ବ୍ଲକର ଏକାଧିକ ପ୍ରାଥମିକ ମେଡିକାଲରେ ନାହାନ୍ତି ଡାକ୍ତର । ପ୍ରୀତିପୁର ମେଡିକାଲରେ ଡାକ୍ତର ଅଛନ୍ତି, ହେଲେ ମେଡିକାଲ ଆସୁନାହାନ୍ତି । ଫଳରେ ଫାର୍ମାସିଷ୍ଟ ହାତରେ ରୋଗୀ ଜୀବନ ।

ଅନ୍ୟପଟେ ଡାକ୍ତରଙ୍କୁ ଫୋନ କଲେ ଉତ୍ତର ମିଳୁଛି ମୁଁ ଛୁଟିରେ ଅଛି । ଆଉ କେତେବେଳେ ବାଟରେ ଯାଉଛି ବୋଲି ଉତ୍ତର ଆସୁଛି । ସେହିପରି ମେଡିକାଲରେ କୋଭିଡ ଟିକାକରଣ ହେଉଥିଲେ ମଧ୍ୟ ଦେଖିବାକୁ ମିଳିନଥିଲା ଡାକ୍ତରଙ୍କୁ । ଏନେଇ ବିଝାରପୁର ଇନଚାର୍ଜଙ୍କୁ ପଚାରିବାରୁ ମିଳିନଥିଲା ସଠିକ ଉତ୍ତର । ଅନ୍ୟପଟେ ସିଡିଏମଓଙ୍କୁ ଫୋନ କରିବାରୁ ମେଡିକାଲ ଇନଚାର୍ଜ ଜାଣିଥିବେ ବୋଲି ଉତ୍ତର ମିଳିଥିଲା । ପ୍ରଶ୍ନ ଉଠୁଛି ଯଦି ଏଭଳି ସ୍ୱାସ୍ଥ୍ୟ ସେବା ଚାଲେ ତେବେ ଲୋକେ କିଭଳି ଉପକୃତ ହେଉଥିବେ ତାହା ସମସ୍ତଙ୍କୁ ଜଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ