Masthead

ପ୍ରୀତିପୁରରେ ରସାତଳେ ସ୍ବାସ୍ଥ୍ୟ ସେବା: ପଚାରିଲେ ମିଳୁଛି ଏମିତି ଉତ୍ତର

ଯାଜପୁର(ବଡ଼ ଖବର ବ୍ୟୁରୋ): ସରକାରଙ୍କ କଥା ଓ ବାସ୍ତବ ଚିତ୍ର ପୁରା ଅଲଗା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖିବାକୁ ମିଳୁଛି ଅବ୍ୟବସ୍ଥା । ୫ଥରର ବିଧାୟିକାଙ୍କ ଅଞ୍ଚଳରେ ନାହାନ୍ତି ଡାକ୍ତର । ଆୟୁଷ ଡାକ୍ତରରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଜନତାଙ୍କୁ ମିଳୁନି ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା । ଏଭଳି ଆଉ କେତେଦିନ ଚାଲିବ ବୋଲି ଲୋକେ କଲେଣି ପ୍ରଶ୍ନ । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ । ବ୍ଲକର ଏକାଧିକ ପ୍ରାଥମିକ ମେଡିକାଲରେ ନାହାନ୍ତି ଡାକ୍ତର । ପ୍ରୀତିପୁର ମେଡିକାଲରେ ଡାକ୍ତର ଅଛନ୍ତି, ହେଲେ ମେଡିକାଲ ଆସୁନାହାନ୍ତି । ଫଳରେ ଫାର୍ମାସିଷ୍ଟ ହାତରେ ରୋଗୀ ଜୀବନ ।

ଅନ୍ୟପଟେ ଡାକ୍ତରଙ୍କୁ ଫୋନ କଲେ ଉତ୍ତର ମିଳୁଛି ମୁଁ ଛୁଟିରେ ଅଛି । ଆଉ କେତେବେଳେ ବାଟରେ ଯାଉଛି ବୋଲି ଉତ୍ତର ଆସୁଛି । ସେହିପରି ମେଡିକାଲରେ କୋଭିଡ ଟିକାକରଣ ହେଉଥିଲେ ମଧ୍ୟ ଦେଖିବାକୁ ମିଳିନଥିଲା ଡାକ୍ତରଙ୍କୁ । ଏନେଇ ବିଝାରପୁର ଇନଚାର୍ଜଙ୍କୁ ପଚାରିବାରୁ ମିଳିନଥିଲା ସଠିକ ଉତ୍ତର । ଅନ୍ୟପଟେ ସିଡିଏମଓଙ୍କୁ ଫୋନ କରିବାରୁ ମେଡିକାଲ ଇନଚାର୍ଜ ଜାଣିଥିବେ ବୋଲି ଉତ୍ତର ମିଳିଥିଲା । ପ୍ରଶ୍ନ ଉଠୁଛି ଯଦି ଏଭଳି ସ୍ୱାସ୍ଥ୍ୟ ସେବା ଚାଲେ ତେବେ ଲୋକେ କିଭଳି ଉପକୃତ ହେଉଥିବେ ତାହା ସମସ୍ତଙ୍କୁ ଜଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ