Masthead

ଦୁଇ ମାସ ପାଇଁ ଇଣ୍ଡଷ୍ଟ୍ରିରୁ ବହିଷ୍କୃତ ଗୌହର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଜଣେ ପରେ ଜଣେ କଳାକାର କୋଭିଡ ପଜେଟିଭ ବାହାରୁଥିବା ବେଳେ ବେଫିକର ହୋଇ ରହୁଛନ୍ତି ଅଭିନେତା ଅଭିନେତ୍ରୀ ମାନେ । ବଲିଉଡର ଜଣେ ଜଣା ଶୁଣା ଅଭିନେତ୍ରୀଙ୍କ ବିରୋଧରେ ବିଏମସ ଏଫଆଇଆର ଦାଖଲ କରିଛି । କୋଭିଡ ନିୟମ ନମାନିବାରୁ ଅଭିନେତ୍ରୀ ଗୌହର ଖାନ ପଡିଛନ୍ତି ହରଡଘଣାରେ । ଫେଡେରେସନ ଏଫ ଓଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମପ୍ଲୋଇଜ (FWICE) ଗୌହରଙ୍କୁ ଖାନଙ୍କର ଏହି ଦାଇତ୍ୱହୀନତା ପାଇଁ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗୌହରଙ୍କୁ ୨ମାସ ପାଇଁ ଇଣ୍ଡଷ୍ଟ୍ରିରୁ ବହିଷ୍କାର କରିବା ପାଇଁ ନିଷ୍ପତି ନିଆଯାଇଛି । ଅଧକ୍ଷ ବିଏନ୍ ତିୱାରି କହିଛନ୍ତି, କରୋନା ପଜେଟିଭ ହୋଇଥିବା ଜାଣିବା ସତ୍ତେ୍ୱ ଗୌହର ନିୟମ ଉଲ୍ଲଘଂନ କରିବା ଦାଇତ୍ୱ ହୀନତାର ପ୍ରମାଣ ଦେଉଛି । ତାଙ୍କ ଯୋଗୁ ଅନ୍ୟମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । କୋଭିଡ ୧୯ ପ୍ରୋଟକଲକୁ ଫ୍ଲାଟ କରିବା ପାଇଁ ମଡେଲ ତଥା ଅଭିନେତ୍ରୀ ଗୌହର ଖାନଙ୍କ ବିରୋଧରେ ବିଏମସି ଏକ ଏଫଆଇଆର ଦାୟାର କରିଛି । ନିକଟରେ ତାଙ୍କୁ କରୋନା ପଜେଟିଭ ହେବା ନେଇ ରିପୋର୍ଟ ଆସିଥିଲା । ସରକାରୀ ଗାଇଡଲାଇନ ଅନୁଯାୟୀ ତାଙ୍କୁ କ୍ୱାରେନଣ୍ଟାଇନ ରେ ରହିବା କଥା ।

ସେ ଏହାକୁ ନମାନି ଖୋଲା ଖୋଲି ଭାବେ ବାହାରେ ବୁଲୁଥିବାର ନଜର ଆସିଥିଲେ । ବିଏମସି କମିସନର କହିଛନ୍ତି, ଆମ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ପହଞ୍ଚିଥିଲେ । ପ୍ରଥମେ ତାଙ୍କ ସ୍ୱାମୀ ତାଙ୍କୁ ସୂଚନା ଦେଇଥିଲେ ଯେ, ସେ ଘରେ ନାହାଁନ୍ତି । ତେଣୁ ଆମେ ଅଭିଯୋଗ ଦାଖଲ କରିବାକୁ ନିଷ୍ପତି ନେଇଛୁ । ଏନେଇ ବିଏମସି ଏକ ପୋଷ୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛିା ଏଥିରେ ଲେଖା ଅଛି ସହର ସୁରକ୍ଷା ନେଇ ଅଭିନେତ୍ରୀଙ୍କ କୌଣସି ଚିନ୍ତା ନାହିଁ । ନିୟମ ସମସ୍ତଙ୍କ ପାଇଁ ସମାନ । ନାଗରୀକମାନଙ୍କୁ ସମସ୍ତ ନିର୍ଦ୍ଦେଶାବଳୀ ମାନିବାକୁ ହେବ। ଏଥିସହ କୋରୋନା ମୁକ୍ତ କରିବାକୁ ଅନୁରୋଧ କରୁଛୁ ବୋଲି ମଧ୍ୟ ଲେଖାଯାଇଛିା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା