ଜଳୁଛି କାଜୁ ଜଙ୍ଗଲ

ବେଗୁନିଆ (ବଡ଼ ଖବର ବ୍ୟୁରୋ): ବେଗୁନିଆରେ ଏକର ଏକର କାଜୁ ବଗିଚା ଜଳିପୋଡ଼ି ପାଉଁଶ ହୋଇଯାଇଛି। କାଜୁ ବଗିଚା ସରକ୍ଷଣ ଅଭାବରୁ ସ୍ଥାନୀୟ ଲୋକେ ଏଥିରେ ପ୍ରଭାବିତ ହେବା ସହିତ ଅନେକ ପରିମାଣରେ ରାଜସ୍ୱ କ୍ଷତି ହୋଇଛି। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବା ବେଳେ ଏବେ ପ୍ରାୟ ଜଙ୍ଗଲରେ ନିଆଁ ଲାଗିବା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଦୀର୍ଘ ଏକ ମାସ ଭିତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବିଭିନ୍ନ କାଜୁ ବଗିଚା ଓ ମୂଲ୍ୟବାନ ଜଙ୍ଗଲରେ ନିଆଁ ଲାଗି ଅନେକ ଗଛ ସବୁ ପୋଡିଯାଉଛି। କେତେବେଳେ ଦିନରେ ନିଆଁ ଲାଗୁଛି ତ ଆଉ କେତେବେଳେ ରାତିରେ ଜଙ୍ଗଲରେ ନିଆଁ ଲାଗି ଅନେକ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ଯାଉଛି। କାଜୁ ଗଛରେ ଏବେ ଫୁଲଫଳ ଆସିବା ସମୟରେ ଏପରି ଅଗ୍ନିକାଣ୍ଡ ହେତୁ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି ଅନ୍ୟପଟେ ବେଗୁନିଆ ବ୍ଲକର ଦୁଇ ଦୁଇଟି କାଜୁ ନିଗମ କାର୍ୟ୍ୟାଳୟ ଥାଇ ମଧ୍ୟ କାର୍ଯ୍ୟାଳୟରେ କେହି କର୍ମଚାରୀ ରହୁନାହାନ୍ତି।

କାଜୁ ବଗିଚାର ରକ୍ଷଣାବେକ୍ଷଣ ଅଭାବରୁ ଗଛ ମୂଳରୁ ଶୁଖିଲା ପତ୍ର ଅଳିଆ ସଫା ହୋଇପାରୁନି। ଯାହାଫଳରେ କାଜୁ ବଗିଚାରେ ଅନେକ ସମୟରେ ଅଗ୍ନିକାଣ୍ଡ ଘଟି ଜନ ଜୀବନ ଅସ୍ତଵ୍ୟସ୍ତ ହୋଇପଡୁଛି। ଆଉ ଜଙ୍ଗଲ ଜଳିବା ହେତୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ