Masthead

ମଝି ଆକାଶରେ ଜନ୍ମ ନେଲା କନ୍ୟା ସନ୍ତାନ

ଜୟପୁର (ବଡ଼ ଖବର ବ୍ୟୁରୋ): ଭୂପୃଷ୍ଟଠାରୁ ଢେର ଉଚ୍ଚରେ ଉଡ଼ୁଥିଲା ଇଣ୍ଡିଗୋ ବିମାନ ୬ଇ-୪୬୯ ବିମାନ । ସକାଳ ୫ ଟା ୪୫ରେ ବେଙ୍ଗାଲୁରୁର ଉଡ଼ାଣ ଭରିଥିବା ଏହି ବିମାନରେ ଥିଲେ ଗର୍ଭବତୀ । ବିମାନଟି ଯେତେ ଉଚ୍ଚ ଉଠୁଥିଲା ମହିଳାଙ୍କ ଗର୍ଭବେଦନା ବଢିଚାଲିଥିଲା । ତାଙ୍କ କଷ୍ଟ ସହିପାରିଲେନି ଏୟାରହୋଷ୍ଟେସ ।

ଘୋଷଣା କଲେ କେହି ଡାକ୍ତର ଥିଲେ ତୁରନ୍ତ ସହଯୋଗ କରନ୍ତୁ । ଏୟାରହୋଷ୍ଟସଙ୍କ ଆକୁଳ ନିବେଦନ ଓ ଗର୍ଭବତୀଙ୍କ ଚିତ୍କାର ସହିପାରିଲେ ନାହିଁ ଯାତ୍ରୀମାନଙ୍କ ମଧ୍ୟରେ ଥିବା ଡାକ୍ତର ଶୁଭନା ନାଜିର । ବଢାଇଲେ ସହୋଯୋଗର ହାତ । ତାଙ୍କୁ ସହଯୋଗ କଲେ ଏୟାରହୋଷ୍ଟସ । ବିମାନ ଭିତରେ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ । ଏତିକିରେ ବିମାନ କର୍ମଚାରୀଙ୍କ କର୍ତ୍ତବ୍ୟ ସରିନଥିଲା ।

ସକାଳ ୮ଟାରେ ଜୟପୁର ବିମାନ ବନ୍ଦରରେ ବିମାଟି ଅବତରଣ କରିବା ବେଳକୁ ଡାକ୍ତର ଓ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲେ । ବିମାନଟି ଅବତରଣ କରିବା ସଂଗେ ସଂଗେ ମହିଳା ଓ ନବଜାତଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମା ଓ ନବଜାତ କନ୍ୟା ଏବେ ସୁସ୍ଥ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼