Masthead

ଗୋପିନାଥଙ୍କ ପ୍ରିୟ ଅମୃତକେଳି ଆଉ ମିଳୁନି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଉତ୍ତର ଓଡ଼ିଶାର ପ୍ରମୁଖ ବୈଷ୍ଣବ ମଠ ରେମୁଣାର କ୍ଷୀରଚୋରା ଗୋପୀନାଥ । ୮୦୦ ବର୍ଷର ଏହି ମନ୍ଦିରରେ ସ୍ୱୟଂ ଗୋପୀନାଥ , ମଦନମୋହନ ଏବଂ ଗୋବିନ୍ଦ ଜିଉ ପୂଜାପାଇ ଆସୁଛନ୍ତି । ଭୋଗ ହେଉଛି ଅମୃତକେଳି ବା କ୍ଷୀରା । ଏହାକୁ ଦେଶ ବିଦେଶର ଲୋକେ ପାଇବା ପାଇଁ ଏଠାକୁ ଧାଇଁ ଆସିଥାନ୍ତି । ଆଜି ସେହି କ୍ଷୀରଚୋରା ଗୋପୀନାଥ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।

ଏମିତିକି ପ୍ରଭୁ ଗୋପୀନାଥଙ୍କ ପ୍ରତିଦିନ ହେଉଥିବା ନୀତିକାନ୍ତିରେ ଦେଖା ଦେଇଛି ଅନେକ ବିଭ୍ରାଟ । ଅଧିକାଂଶ ସମୟରେ ବନ୍ଦ ରହୁଛି ଗୋପୀନାଥଙ୍କ ନିକଟରେ ଲାଗି ହେଉଥିବା ଅମୃତକେଳି । କରୋନା କଟକଣା ସହିତ ଗୋପୀନାଥ ମନ୍ଦିରରେ ଅମୃତକେଳି ବନ୍ଦ କରାଯାଇଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ମନ୍ଦିର ପ୍ରଶାସନ ବାହାରୁ କ୍ଷୀର ପ୍ୟାକେଟ କିଣି ଅତ୍ୟନ୍ତ ନିମ୍ନମାନର ଭୋଗ ପ୍ରସ୍ତୁତ କରୁଛି । ଏହି ଭୋଗ କେବଳ ଗୋପୀନାଥଙ୍କ ନିକଟରେ ଲାଗି ହେବାକୁ କରାଯାଉଛି ବୋଲି କିଛି ଭକ୍ତ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼