ପୂର୍ବରୁ ମିଳିଥିଲା ସୀତାଙ୍କ ଶିଳ, ଏବେ ମିଳିଲା ଚରଣ ପାଦୁକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅଯୋଧ୍ୟାରେ କାମ ଜାରି ରହିଛି । ମନ୍ଦିର ନିର୍ମାଣ ଲାଗି ଏବେ ଗର୍ଭାଶୟ ଖନନ ଚାଲିଛି । ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ୪୦ ଫୁଟ ଗଭୀର ପର୍ଯ୍ୟନ୍ତ ଖନନ କରାଯାଉଛି । ଏହାରି ମଧ୍ୟରେ ଏକ ଚରଣ ପାଦୁକା ସହିତ ପ୍ରାଚୀନ ପଥର ଏବଂ ଖଣ୍ଡବିଖଣ୍ଡିତ ମୂର୍ତ୍ତିର ଅବଶିଷ୍ଠାଂଶ ମିଳିଛି । ପ୍ରାଚୀନ ମନ୍ଦିରର ଏହି ଭଗ୍ନାବଶେଷକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ ଦ୍ୱାରା ସୁରକ୍ଷିତ ରଖାଯାଇଛି ।

ଏଏସଆଇ ପକ୍ଷରୁ ଖଣ୍ଡବିଖଣ୍ଡିତ ମୂର୍ତ୍ତିର ଅବଶିଷ୍ଠାଂଶ ବୈଜ୍ଞାନିକ ଆଧାରରେ ଯାଞ୍ଚ କରାଯାଉଛି। ପୂର୍ବରୁ ମଧ୍ୟ ରାମଜନ୍ମଭୂମି ପରିସରରେ ମାଟି ସମତଳ ବେଳେ ପ୍ରାଚୀନ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ମିଳିଥିଲା । ଏଗୁଡିକ ଥିଲା ଅତୀ ପ୍ରାଚୀନ ଓ ମୂଲ୍ୟବାନ । ସୀତାଙ୍କ ରୋଷେୟୀ ଘର ଖନନ ସମୟରେ ମିଳିଥିଲା ବିରାଟ ଶିଳ । ଏବେ ଭଗବାନ ଶ୍ରୀରାମଙ୍କ ଚରଣ ପାଦୁକା ମିଳିବା ପରେ ଏଠାରେ ପୂର୍ବରୁ ଶ୍ରୀରାମ ମନ୍ଦିର ଥିବା ସ୍ପଷ୍ଟ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯଥାର୍ଥ ବୋଲି ହିନ୍ଦୁ ସମାଜ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ