Masthead

ରାଗିଂ ଅଭିଯୋଗ, ୧୮ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ରାଗିଂ ଏକ ଧର୍ତ୍ତବ୍ୟ ଅପରାଧ । ଏହାକୁ ବନ୍ଦ କରିବା ପାଇଁ ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ତଥାପି କିଛି ଶିକ୍ଷାନୁଷ୍ଠାନରେ ରାଗିଂ ଚାଲୁଥିବା ଅଭିଯୋଗ ହୋଇଆସୁଛି । ତଦନ୍ତ କରାଯାଉଛି, ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ହେଉଛି କାର୍ଯ୍ୟାନୁଷ୍ଠାନ । ଯେମିତି ଭୀମସାର ଘଟଣା । ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାରରେ ଏମବିବିଏସ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଭୀମସାର କର୍ତ୍ତୃପକ୍ଷ ଅଭିଯୋଗ ଆଧାରରେ ତଦନ୍ତ କରି ଏଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଗିଂ ଘଟଣାରେ ଏମବିବିଏସ ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି।

ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଭୀମସାର୍ ଡିନ୍‌ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି । ଭବିଷ୍ୟତରେ ଏହି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ‌ଅଭିଯୁକ୍ତ ୧୮ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହାସହ ମେଡିକାଲ କଲେଜରେ ଶିକ୍ଷାର ବାତାବରଣ ବଜାୟ ରଖିବାକୁ ଡିନ୍ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କିଛିଦିନ ତଳେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଆଣ୍ଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯା‌ଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ