Masthead

ଝିଅକୁ ବାପା କରୁଥିଲା ବାରମ୍ବାର ଦୁଷ୍କର୍ମ, ତା’ପରେ…

କୋଲକାତା (ବଡ଼ ଖବର ବ୍ୟୁରୋ): ବାପା-ଝିଅର ଅନାବିଳ ସମ୍ପର୍କରେ ଲାଗିଛି କାଳିମା । ବାପା ଦେହରେ କିରୋସିନ ଢାଳି ହତ୍ୟା କଲା ଝିଅ । ୨୨ ବର୍ଷୀୟା ମହିଳା ବାପାଙ୍କୁ କୋଲକାତାରେ ରାତ୍ରୀ ଭୋଜନ ପାଇଁ ବାହାରକୁ ଆଣିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିଛନ୍ତି । ମହିଳା ଜଣକ ତାଙ୍କ ପିତାଙ୍କ ସହ ରବିବାର ରାତିରେ ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ବାପା ମଦ୍ୟପାନ କରିଥିଲେ । ତା’ପରେ ସେମାନେ ଚାଡପାଲ ଘାଟକୁ ବୁଲିବାକୁ ଯାଇଥିଲେ । ହୁଗୁଳି ନଦୀ କୂଳରେ ଥିବା ଏକ ବେଞ୍ଚରେ ବସି କଥାବାର୍ତ୍ତା କରୁଥିବା ବେଳେ ୫୬ ବର୍ଷିୟା ବାପା ଶୋଇପଡିଥିଲୋ ମହିଳା ଜଣକ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।

ସିସିଟିଭିରେ ପୂରା ଘଟଣା ଧରାଯାଇଥିଲା । ମହିଳା ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ପାର୍କ ସର୍କସ ନିକଟ କ୍ରିଷ୍ଟୋଫର ରୋଡରେ ରହୁଥିବା ମହିଳାଙ୍କୁ ତାଙ୍କ ମାମୁଙ୍କ ଅଭିଯୋଗରେ ଗିରଫ କରାଯାଇଛି । ମହିଳା ଜଣକ ପୋଲିସ ଆଗରେ ଦେଇଥିବା ବୟାନ ଶୁଣିଲେ ମୁଣ୍ଡ ଘୂରାଇ ଯିବ । ମହିଳା ଜଣକ କହିଛନ୍ତି, ସେ ୭ ବର୍ଷର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ତାଙ୍କ ବାପା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ସେ ପ୍ରତିବାଦ କଲେ ତାଙ୍କ ବାପା ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ ।

ପ୍ରତିଦିନ ରାତିରେ ତାଙ୍କ ବାପା ମଦପିଇ ଘରକୁ ଫେରି ଶାରୀରିକ ସମ୍ପର୍କ ରଖୁଥିଲେ । ପଡୋଶୀଙ୍କ ଚାପରେ ବାପା ତାଙ୍କୁ ବିବାହ କରାଇଥିଲେ । ମାତ୍ର ସେ ବେଶୀଦିନ ସ୍ୱାମୀଙ୍କ ସହ ଘର ସଂସାର କରିପାରିନଥିଲେ । ବାପାଙ୍କ ପରୋଚନାରେ ସ୍ୱାମୀ ତାଙ୍କୁ ଛାଡିଦେଇଥିଲେ । ଘରକୁ ଆସିବା ପରେ ବାପା ପୁଣି ଶାରୀରିକ ସମ୍ପର୍କ ରଖିଥିଲେ । ଭଗବାନ ଏଭଳି ବାପା ସଂସାରରେ କାହାକୁ ନଦିଅନ୍ତୁ ଚିନ୍ତାକରି କିରୋସିନିଡାଳି ଜୀଅନ୍ତା ପୋଡିଦେଲି ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି