Masthead

ଝିଅକୁ ବାପା କରୁଥିଲା ବାରମ୍ବାର ଦୁଷ୍କର୍ମ, ତା’ପରେ…

କୋଲକାତା (ବଡ଼ ଖବର ବ୍ୟୁରୋ): ବାପା-ଝିଅର ଅନାବିଳ ସମ୍ପର୍କରେ ଲାଗିଛି କାଳିମା । ବାପା ଦେହରେ କିରୋସିନ ଢାଳି ହତ୍ୟା କଲା ଝିଅ । ୨୨ ବର୍ଷୀୟା ମହିଳା ବାପାଙ୍କୁ କୋଲକାତାରେ ରାତ୍ରୀ ଭୋଜନ ପାଇଁ ବାହାରକୁ ଆଣିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିଛନ୍ତି । ମହିଳା ଜଣକ ତାଙ୍କ ପିତାଙ୍କ ସହ ରବିବାର ରାତିରେ ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ବାପା ମଦ୍ୟପାନ କରିଥିଲେ । ତା’ପରେ ସେମାନେ ଚାଡପାଲ ଘାଟକୁ ବୁଲିବାକୁ ଯାଇଥିଲେ । ହୁଗୁଳି ନଦୀ କୂଳରେ ଥିବା ଏକ ବେଞ୍ଚରେ ବସି କଥାବାର୍ତ୍ତା କରୁଥିବା ବେଳେ ୫୬ ବର୍ଷିୟା ବାପା ଶୋଇପଡିଥିଲୋ ମହିଳା ଜଣକ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।

ସିସିଟିଭିରେ ପୂରା ଘଟଣା ଧରାଯାଇଥିଲା । ମହିଳା ଜଣକ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ପାର୍କ ସର୍କସ ନିକଟ କ୍ରିଷ୍ଟୋଫର ରୋଡରେ ରହୁଥିବା ମହିଳାଙ୍କୁ ତାଙ୍କ ମାମୁଙ୍କ ଅଭିଯୋଗରେ ଗିରଫ କରାଯାଇଛି । ମହିଳା ଜଣକ ପୋଲିସ ଆଗରେ ଦେଇଥିବା ବୟାନ ଶୁଣିଲେ ମୁଣ୍ଡ ଘୂରାଇ ଯିବ । ମହିଳା ଜଣକ କହିଛନ୍ତି, ସେ ୭ ବର୍ଷର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ତାଙ୍କ ବାପା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ସେ ପ୍ରତିବାଦ କଲେ ତାଙ୍କ ବାପା ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ ।

ପ୍ରତିଦିନ ରାତିରେ ତାଙ୍କ ବାପା ମଦପିଇ ଘରକୁ ଫେରି ଶାରୀରିକ ସମ୍ପର୍କ ରଖୁଥିଲେ । ପଡୋଶୀଙ୍କ ଚାପରେ ବାପା ତାଙ୍କୁ ବିବାହ କରାଇଥିଲେ । ମାତ୍ର ସେ ବେଶୀଦିନ ସ୍ୱାମୀଙ୍କ ସହ ଘର ସଂସାର କରିପାରିନଥିଲେ । ବାପାଙ୍କ ପରୋଚନାରେ ସ୍ୱାମୀ ତାଙ୍କୁ ଛାଡିଦେଇଥିଲେ । ଘରକୁ ଆସିବା ପରେ ବାପା ପୁଣି ଶାରୀରିକ ସମ୍ପର୍କ ରଖିଥିଲେ । ଭଗବାନ ଏଭଳି ବାପା ସଂସାରରେ କାହାକୁ ନଦିଅନ୍ତୁ ଚିନ୍ତାକରି କିରୋସିନିଡାଳି ଜୀଅନ୍ତା ପୋଡିଦେଲି ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ