Masthead

ଖୁବଶୀଘ୍ର ଚାଲିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଗଡିବ ମେମୁ ଟ୍ରେନ । ଭୁବନେଶ୍ୱର-କେନ୍ଦୁଝର ଓ ପୁରୀ-ଅନୁଗୁଳକୁ ଚଳାଚଳ କରିବ ଏହି ଟ୍ରେନ । ଏଥିସହ ପୁରୀ-ହଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ସ୍ଥିର କରାଯାଇଛି । ପାସେଞ୍ଜର/ମେମୁ ଟ୍ରେନ ଚଳାଚଳ ହେଉ ନଥିବାରୁ ଯାତ୍ରୀ ହଇରାଣ ହେଉଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ଭୁବନେଶ୍ୱର-କେନ୍ଦୁଝରଗଡ ମେମୁ ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡି ରାତି ୯ଟା ୩୫ରେ କେନ୍ଦୁଝରଗଡରେ ପହଞ୍ଚିବ ଏବଂ କେନ୍ଦୁଝରଗଡ-ଭୁବନରଶ୍ୱର ମେମୁ ସକାଳ ୬ଟା ୩୦ରେ କେନ୍ଦୁଝରଗଡରୁ ବାହାରିପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ପୁରୀ-ଅନୁଗୁଳ ମେମୁ ଏପ୍ରିଲ ୫ରୁ ଅପରାହ୍ନ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ଅନୁଗୁଳରେ ପହଞ୍ଚିବ ।

ଅନୁଗୁଳ-ପୁରୀ ମେମୁ ସକାଳ ୫ଟା ୪୫ରେ ଅନୁଗୁଳରୁ ବାହରି ପୂର୍ବାହ୍ନ ୧୦.୨୦ରେ ପୁରୀରେ ପହଞ୍ଚିବ । ଅନ୍ୟପଟେ ପୁରୀ-ହଟିଆ-ପୁରୀ, ସମ୍ବଲପୁର-ପୁରୀ-ସମ୍ବଲପୁର, ପୁରୀ-ପାରାଦୀପ-ପୁରୀ ମଧ୍ୟରେ ମଧ୍ୟ ଗଡିବ ସ୍ୱତନ୍ତ୍ର ଟ୍ରେନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା