Masthead

‘ୟେ ହମ୍‌ ହୈ, ୟେ ହମାରୀ ମ୍ୟୁଟେସନ ହୈ, ଔର ୟହାଁ ପାୱରୀ ହୋ ରହି ହୈ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ପ୍ରବଳ ମାତ୍ରାରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ଆପଣାଇଛି ଏକ ନିଆରା ଉପାୟ । କିଛି ଦିନ ହେବ ଭାଇରାଲ ହେବାରେ ଲାଗିଥିବା ଜଣେ ପାକିସ୍ତାନୀ ଝିଅର ପାୱାରୀ ତଥା ୟାହାଁ ପାୱରୀ ହୋ ରହି ହୈ ଥିମ ଯାହା ଏବେ ଟ୍ରେଣ୍ଡରେ ରହିଛି । ଯୁବପିଢ଼ିମାନେ ଏହି ଥିମକୁ ନିଜର ଖୁସି ପାଇଁ ଭିଡିଓ ମଧ୍ୟ ବନାଉଛନ୍ତି । । ଏବେ ଏହି ଭାଇରାଲ ଥିମକୁ ପୋଲିସ ମଧ୍ୟ ଆପଣାଇଛି। ‘ୟେ ହମ୍‌ ହୈ, ୟେ ହମାରୀ ମ୍ୟୁଟେସନ ହୈ, ଔର ୟହାଁ ପାୱରୀ ହୋ ରହି ହୈ’ ଏହି ଥିମର ସାହାରା ନେଇଛି ଦିଲ୍ଲୀ ପୋଲିସ।

ଏଭଳି ନିଆରା ଉପାୟକୁ ଆପଣାଇ ପୁଲିସ କରୋନା ଏବଂ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଛି। ନିକଟରେ ସେଣ୍ଟ୍ରାଲ ଦିଲ୍ଲୀର ଡିସିପି ନିଜ ଟ୍ୱିଟର ଆକାଉଣ୍ଟରେ ଏକ କାର୍ଟୁନ ଫଟୋ ଶେଆର ମଧ୍ୟ କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଟୁନ ଡିଜାଇନ କରାଯାଇଛି। ଏଥିରେ କରୋନା ଭାଇରସକୁ ଏକ କାର୍ଟୁନ ଭାବେ ଚିତ୍ରିତ କରାଯାଇଛି।

ଫଟୋଟିକୁ ଶେୟାର କରି ଦିଲ୍ଲୀ ଡିସିପି କ୍ୟାପସନରେ ଲେଖିଛନ୍ତି, କୋଭିଡ -୧୯ ର ବିସ୍ତାରକୁ ରୋକିବା ପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ। ଦିଲ୍ଲୀ ପୁଲିସର ସଚେତନ କରିବାର ଏଭଳି ନିଆରା ଷ୍ଟାଇଲ୍‌କୁ ଦେଖି ଲୋକେ ପ୍ରଶଂସା କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି। ସେପଟେ ଏହି କାର୍ଟୁନକୁ ତିଆରି କରିଥିବା ଅଜଣା ବ୍ୟକ୍ତିଙ୍କୁ ପୁଲିସ ଧନ୍ୟବାଦ ଦେଇଛି। ବର୍ତ୍ତମାନ ଯାଏଁ ଦିଲ୍ଲୀ ପୁଲିସର ଏହି ଟ୍ୱିଟରେ ଅଢ଼େଇ ହଜାରରୁ ଅଧିକ ଲୋକେ ଲାଇକ କରିସାରିଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ