ମାର୍କେଟରେ ବୁଲିଲେ ୫ଶହ ଫାଇନ୍

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ଘଣ୍ଟାଏରୁ ଅଧିକ ସମୟ ମାର୍କେଟରେ ବୁଲିଲେ ଦେବାକୁ ପଡିବ ୫ଶହ ଫାଇନ୍ । କଡାକଡି ହେଲା କରୋନା କଟକଣା। ମାର୍କେଟକୁ ପ୍ରବେଶ କରିବାକୁ ହେଲେ କାଟିବାକୁ ପଡିବ କୁପନ । କରୋନାକୁ ଦୃଷ୍ଟିରେ ରଖି ବଜାରରେ ଭିଡ ନିୟନ୍ତ୍ରଣ ପାଇଁ ଏଭଳି ନିଆରା ଉପାୟ ଆପଣାଇଛି ପ୍ରଶାସନ। ମହାରାଷ୍ଟ୍ରର ନାସିକରେ ଜାରି ହୋଇଛି ଏହି ନୂଆ କଟକଣା । ବଜାର ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତିଟି ବ୍ୟକ୍ତି ୫ ଟଙ୍କା ଦେଇ କୁପନ କିଣିବାକୁ ପଡିବ। ଏହି କୁପନ ଧରି ବଜାରରେ ଜଣେ ବ୍ୟକ୍ତି ଏକ ଘଣ୍ଟା ବିତାଇ ପାରିବେ।

ଯଦି ଡେଡଲାଇନ୍‌ ପାର୍‌ ହୁଏ ତେବେ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ଫାଇନ୍‌ ଦେବାକୁ ପଡିବ ବୋଲି ନାସିକ ମ୍ୟୁନିସିପାଲ କର୍ପୋରେସନ କଟକଣା ଜାରି କରିଛନ୍ତି। ଏହି ନୂଆ ନିୟମ ନାସିକ ସହରର ମୁଖ୍ୟ ବଜାର ଅଞ୍ଚଳ, ନାସିକ ବଜାର କମିଟି, ଅମ୍ବାଡର ପୱନ ନାଗର ବଜାର, ସତପୁରର ଅଶୋକ ନାଗର ବଜାର ଏବଂ ଇନ୍ଦିରାନଗରର କଲାନଗର ବଜାରରେ ଲାଗୁ ହେବ। ଏନେଇ ଜୋନାଲ ଆଇଆଇସି ସୂଚନା ଦେଇଛନ୍ତି।

ଏହି ସବୁ ବଜାର ଅଞ୍ଚଳରେ କେବଳ ଗୋଟିଏ ପ୍ରବେଶ ପଥ ରହିବ। ଆଉ ସମସ୍ତ ରାସ୍ତା ସିଲ୍‌ କରାଯିବ। ପ୍ରଶାସନଠାରୁ ପାସ୍‌ ନେଇ ସେମାନେ ବଜାରରେ ପ୍ରବେଶ କରିବେ। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନାସିକ ମ୍ୟୁନିସିପାଲ କର୍ପୋରେସନ ଏଭଳି କଡା କଟକଣା ଜାରି କରିଛନ୍ତି। ବିଶେଷ କରି ବଜାର ଅଞ୍ଚଳର ଭିଡ ଅଧିକ ହେଉଥିବାରୁ କରୋନା ବ୍ୟାପିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଆରା ଉପାୟ ଆପଣାଇଛି ପ୍ରଶାସନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’