Before Header

କିଏ ମାରିବ ଦଶପଲ୍ଲାରେ ବାଜି? କାହାକୁ ବାଛିବେ ଜନତା?

0 33

http://UCQlbxJ6CXkwIYZ7FqO-BrTw

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): କିଏ ମାରିବ ଦଶପଲ୍ଲାରେ ବାଜି? କାହାକୁ ବାଛିବେ ଜନତା? ସେନେଇ ଏବେଠୁ ଆରମ୍ଭ ହୋଇଯାଇଛି ଅଙ୍କକଷା । ଗଣିଆ,ନୂଆଗାଁ, ଦଶପଲ୍ଲା ଏବଂ ଦଶପଲ୍ଲା ଏନଏସି କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀର ଲୋକ ସଂଖ୍ୟା ୧ଲକ୍ଷ୬୯ହଜାର୧୦୪। ୧୯୯୧ ମସିହାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଆରମ୍ଭ ହୋଇଥିଲା।୧୨୧ନଂମ୍ବର ବିଧାନ ସଭା କ୍ଷେତ୍ର ଭାବେ ପରିଚୟ ପାଇଥିଲା , କଂଗ୍ରେସ ସରକାରରେ ଦୀର୍ଘ ୧୫ବର୍ଷ ସ୍ବର୍ଗତ ହରିହର କରଣ ବିଭିନ୍ନ ବଡ ବଡ ପଦବୀରେ ମନ୍ତ୍ରୀ ରହିଥିଲେ । ୨୦୧୪ରୁ ଲଗାତର ଏହି ଆସନଟି ବିଜେଡି ହାତରେ ରହିଆସିଛି। ୨୦୦୯ମସିହାରୁ ଦଶପଲ୍ଲା ନିର୍ବାଚନମଣ୍ଡଳୀ ଆସନଟି ଅନୂସୁଚିତ ଜାତି ଜନଜାତି ଆସନ ହୋଇଥିବାରୁ ୨୦୦୯ରୁ୨୦୧୪ ବିଧାୟକ କାଶୀନାଥ ମଲ୍ଲିକ,୨୦୧୪ରୁ୨୦୧୯ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ୨୦୧୯ରୁ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଶାସନ ଚାଲିଛି। ୨୦୦୯ ମସିହାରୁ ବିଜେଡି ଲଗାତର ଆସନକୁ ହତେଇ ବିଜେଡିର ଗଡରେ ପରିଣତ କରିସାରିଛି। ବିଜେଡି ବିଧାୟକ କାଶୀନାଥ ମଲ୍ଲିକ ଶାସନରେ କିଛି ଆଗଧାଡିରେ ନେତୃତ୍ୱ ନେଉଥିବା ବିଜେଡି କର୍ମୀ ବିଜେପିକୁ ଯାଇ କାଶୀ ହଟାଅ ଦଶପଲ୍ଲା ବଞ୍ଚାଅ ନାରା ଦେଇଥିଲେ ।

ପରବର୍ତ୍ତୀ ସମୟରେ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସମୟରେ ବିଜେଡି କର୍ମି ପୂର୍ଣ୍ଣ ହଟାଅ ଦଶପଲ୍ଲା ବଞ୍ଚାଅ ନାରା ଦେଇଥିଲେ । ଏବେଚାଲିଛି କିଛି ବିଜେଡି ଆଗଧାଡିର ନେତ୍ରୁତ୍ବ ନେଉଥିବା କର୍ମୀ ରମେଶ ହଟାଅ ଦଶପଲ୍ଲା ବଞ୍ଚାଅ ନାରାଚାଲିଛି।ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡି ଟିକେଟ ନପାଇ ଗତ ନିର୍ବାଚନ ରେ ବିଜେପିରୁ ପୂର୍ଣ୍ଣଚନ୍ଦ୍ର ନାୟକ ରମେଶଚନ୍ଦ୍ର ବେହେରାଙ୍କ ସହିତ ନିର୍ବାଚନରେ ଲଢିଥିଲେ ପୂର୍ଣ୍ଣଚନ୍ଦ୍ର ନାୟକ ୩୯ହଜାର ୭୧୫ଭୋଟ ପାଇଥିବା ବେଳେ ରମେଶ ଚନ୍ଦ୍ର ବେହେରା ୭୫ହଜର ୦୬ଭୋଟ ପାଇଥିଲେ । ସେହିଭଳି କଂଗ୍ରେସ ପ୍ରଶାନ୍ତ କୁମାର ନାୟକ କୁ ମିଳିଥିଲା ୭ହଜର ୯୪୯ ଖଣ୍ଡ ଭୋଟ ମିଳିଥିଲା। ବିଜେପି ପ୍ରତିଗାଁ ଗାଁରେ କେନ୍ଦ୍ର ସରକାରଙ୍କ ବିକାଶର ଯୋଜନାର ରାଘବ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ ଭୋଟର ପାଖରେ ପହଞ୍ଚାଇପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ଦଳରୁ ଟିକେଟ ଆଶାୟୀ ଭାବେ ପୁର୍ଣ୍ଣଚନ୍ଦ୍ର ନାଏକ, କାଶିନାଥ ମଲ୍ଲିକ,ଅନନ୍ତ ଚରଣ ନାୟକ ରାଘବ ମଲ୍ଲିକ ଅଛନ୍ତି।

ବିଜେଡିରୁ ରମେଶ ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କ ବିକାଶର ଧାରା ବୃତ୍ତଙ୍ଗ ଜଳଭଣ୍ଡାର ଉପରେ ଗୁରୁତ୍ବ ଦେଇ ପ୍ରଚାର କରି ଭୋଟରଙ୍କୁ ମନାଇବାରେ ଲାଗିପଡିଥିବା ବେଳେ ବିଜେଡିରୁ ଶ୍ରୀହରି ନାୟକ ସ୍ବାଭିମାନି ମଞ୍ଚ ଗଠନ କରି ରମେଶ ହଟାଅ ଦଶପଲ୍ଲା ବଞ୍ଚାଅ ନାରାଦେଇ ଭୋଟରଙ୍କୁ ମନାଉଥିଲେ । ସେପଟେ ବିଜେଡି ଆଶାୟୀ ଭାବେ ରବି ସେଠୀ, ଶରତଚନ୍ଦ୍ର ନାୟକ, ମାମି ନାୟକ ପ୍ରଚାର ପ୍ରସାର କରିବା ଆରମ୍ଭ କଲେଣି । ଦଶପଲ୍ଲାର ନିର୍ବାଚନ ମଣ୍ଡଳୀରେ ବିକାଶକୁ ନେଇ ନିର୍ବାଚନକୁ ଓହ୍ଲାଇବ ଠିକ୍ ସମୟରେ ପ୍ରାର୍ଥିଙ୍କ ନାମ ଘୋଷଣା କରାଯିବ ଏଥର ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶାରଖିଛୁ ବୋଲି ନାରାୟଣ ସାହୁ ନୟଗଡ ଜିଲ୍ଲା କଂଗ୍ରେସ କମିଟି ଓବିସିଏଲ ଅଧ୍ୟକ୍ଷ କହିଛନ୍ତି। ତେବେ ଆଗକୁ କାହାକୁ ମିଳୁଛି ଟିକେଟ, କିଏ ମାରୁଛି ବାଜି, ଦେଖିବା ବାକି ରହିଲା ।

 

 

Leave A Reply

Your email address will not be published.