ବାରଣ ପରେ ବି କିସ୍ କରିଦେଲେ ଗଭର୍ଣ୍ଣର

ୱାଶିଂଟନ(ବଡ଼ ଖବର): ବାରଣ କରିବା ପରେ ବି ଜମା ଶୁଣିଲେନି। ଜୋର ଜବରଦସ୍ତ କିସ୍ କରିଦେଲେ ଗଭର୍ଣ୍ଣର । ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋ ଜୋର ଜବରଦସ୍ତ ନିଜ ଘର ଭିତରେ ଜଣେ ମହିଳାଙ୍କୁ କିସ୍ କରିଥିବା ଅଭିଯୋଗ ହୋଇଛି।ନ୍ୟୁୟର୍କର ରୋଚେଷ୍ଟର ଅଞ୍ଚଳର ଜଣେ ମହିଳା ସୋମବାର ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

ଗଭର୍ଣ୍ଣର ସବୁ ଶାଳିନତା ଭୁଲି ତାଙ୍କୁ ସୁନ୍ଦର ବୋଲି କହି ଜବରଦସ୍ତି କିସ୍ କରିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କ ପରିବାରକୁ ଅପମାନିତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ପିଡିତା ଜଣକ ଅଭିଯୋଗ କରିଛନ୍ତି। ତାଙ୍କ ଓକିଲ କହିବା ଅନୁଯାୟୀ, ୨୦୧୭ ରେ ଅନଟାରିଓ ହ୍ରଦ କୂଳରେ ବନ୍ୟା ପରିସ୍ଥିତି ପରିଦର୍ଶନ କରିବା ସମୟରେ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ବିନା ସହମତିରେ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ।

କେବଳ ସେତିକି ନୁହେଁ ପୀଡିତାଙ୍କ ହାତ ଧରି ଗଭର୍ଣ୍ଣର ତାଙ୍କୁ ଆପତ୍ତିଜନକ ଭାଷାରେ କଥା ମଧ୍ୟ ହୋଇଥିଲେ। ଏହି କିସ୍ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ