Masthead

ଚଳିତ ବର୍ଷର ଆର୍ଥିକ ସୁଧହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : କ୍ଷୁଦ୍ର ସଞ୍ଚୟ ଯୋଜନାରେ ପୁରୁଣା ହାର ହ୍ରାସ କରିବା ଆଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। କ୍ଷୁଦ୍ର ସଞ୍ଚୟ ଯୋଜନାର ୨୦୨୦-୨୦୨୧ ବର୍ଷରେ କିଛି ପରିବର୍ତ୍ତନ ହୋଇନି । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଯାହା ସୁଧହାର ଥିଲା ସେହି ଦରରେ ହିଁ ସୁଧ ମିଳିବ।

ବୁଧବାର ଲୋକ ଭବିଷ୍ୟ ନିଧି, ଜାତୀୟ ସଞ୍ଚୟ ପ୍ରମାଣ ପତ୍ର ଓ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ୧.୧ ପ୍ରତିଶତ ସୁଧହାର କମାଇ ଦେଇଥିଲେ। ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଥିବା ୨୦୨୧-୨୨ର ପ୍ରଥମ ତ୍ରୈମାସିକ ପାଇଁ ସୁଧହାର କମାଇ ଦିଆଯାଇଥିଲା। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଲୋକ ଭବିଷ୍ୟ ନିଧି ଉପରେ ସୁଧହାର ୦.୭ ରୁ ୬.୪ ପ୍ରତିଶତକୁ କମାଇ ଦିଆଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ୨୦୨୧-୨୨ ବର୍ଷର ପ୍ରଥମ ତ୍ରୈମାସିକ ହିଁ ଏହି ସଂଶୋଧନ କରାଯାଇଥିଲା। ପଞ୍ଚ ବର୍ଷୀୟ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସୁଧହାର ୦.୯ ପ୍ରତିଶତରୁ ହ୍ରାସ କରି ୬.୫ ପ୍ରତିଶତ କରାଯାଇଛି। ଏହି ଯୋଜନାରେ ପ୍ରତି ତ୍ରୈମାସିକର ନିୟମ ଅନୁଯାୟୀ ସୁଧହାର ଦିଆଯାଏ।

 

ସେହିଭଳି ପ୍ରଥମ ଥର ପାଇଁ ସଞ୍ଚୟ ଖାତା ଉପରେ ୦.୫ ପ୍ରତିଶତ ହ୍ରାସ ପାଇ ୩.୫ ପ୍ରତିଶତ କରି ଦିଆଯାଇଛି। ପୂର୍ବରୁ ସଞ୍ଚୟ ଖାତା ଉପରେ ୪ ପ୍ରତିଶତ ସୁଧ ମିଳି ପାରୁଥିଲା। ବର୍ଷକର ମିୟାଦି ଜମା ଉପରେ ମଧ୍ୟ ୧.୧ ପ୍ରତିଶତ ସୁଧହାର ହ୍ରାସ କରାଯାଇଥିଲା। ସେହିଭଳି ଦୁଇ ବର୍ଷର ମିୟାଦି ଜମା ଉପରେ ୦.୫ ପ୍ରତିଶତ ହ୍ରାସ ହୋଇ ୫ ପ୍ରତିଶତ ଦର ହୋଇଛି। ତିନି ବର୍ଷର ମିୟାଦି ଦର ଉପରେ ୦.୪ ପ୍ରତିଶତ ହ୍ରାସ କରି ଦିଆଯାଇଛି। ୫ ବର୍ଷ ମିୟାଦି ଜମା ଉପରେ ୦.୯ ପ୍ରତିଶତ ସୁଧହାର ହ୍ରାସ କରାଯାଇ ୫.୮ ପ୍ରତିଶତ କରାଯାଇଛି । ବାଳିକାଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୨୦୨୧-୨୨ ପ୍ରଥମ ତ୍ରୈମାସିକ ପାଇଁ ୦.୭ ପ୍ରତିଶତ କମାଇ ୬.୨ ପ୍ରତିଶତ କରି ଦିଆଯାଇଛି। ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ