Masthead

ବିଜେଡି କାଯ୍ୟାଳୟ ଉଦଘାଟନ

ଯୋଡ଼ା(ବଡ଼ ଖବର ବ୍ୟୁରୋ): ଯୋଡ଼ା ବ୍ଲକ ବିଲେଇପଦା ଛକରେ ଆଜି ବିଜେଡିର କାଯ୍ୟାଳୟ ଉଦଘାଟନ ହୋଇଛି । ସେଠାରେ ଦଳ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଧୁଝର ଜିଲ୍ଲା ସଭାପତି ମାଧବ ସରଦାର ଯୋଗ ଦେଇଥିଲେ । ଚମ୍ପୁଆ ବିଧାୟିକା ମିନାକ୍ଷୀ ମାହନ୍ତ ଓ ଯୋଡ଼ା ବ୍ଲକ ସଭାପତି ଦିଲୀପ ନାଏକ ମଞ୍ଚାସିନ ହୋଇଥିଲେ । ସଭାରେ ଦଳର ଅନେକ ପଦପଦବୀ ଧରି ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ବିଧାୟିକା ତାଙ୍କ ଅଭିଭାଷଣରେ ଦଳୀୟ କର୍ମୀଙ୍କ ମନାନ୍ତର ଓ ମତାନ୍ତରକୁ ଛାଡି ସମସ୍ତେ ଏକ ହୋଇ ଦଳକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ମାଧବ ସର୍ଦାର ତାଙ୍କର ଭାଷଣରେ ଦଳକୁ କିଭଳି ମଜବୁତ ହେବ ଓ ଜଣେ କର୍ମୀ ରଞ୍ଜିତ ବାରିକଙ୍କୁ ମୌଖିକ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସଂମ୍ମାନିତ କରିଥିଲେ । ସଭାରେ କେତେଜଣ ଅସନ୍ତୁଷ୍ଟ କର୍ମୀଙ୍କୁ ଡାକି ପୁଷ୍ପ ଗୋଚ୍ଛା ଓ ଦଳୀୟ ଉତ୍ତରି ଦେଇ ସଂମ୍ମାନିତ କରିଥିଲେ । ଶେଷରେ ଯୋଡ଼ା ବ୍ଲକ ଛାତ୍ର ସଭାପତି ଯୁଧିଷ୍ଠିର ପଲେଇ ଆମର ଦଳ ଗୋଟିଏ, ଆମର ଚି଼ହ୍ନ ଗୋଟିଏ ଏବଂ ଆମ ସୁପ୍ରିମଙ୍କ ନିର୍ଦେଶ ଅନୁଯାଇ ସମସ୍ତେ ଏକ ହୋଇ ରହିବା କହି ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’