Masthead

ବିଜେଡି କାଯ୍ୟାଳୟ ଉଦଘାଟନ

ଯୋଡ଼ା(ବଡ଼ ଖବର ବ୍ୟୁରୋ): ଯୋଡ଼ା ବ୍ଲକ ବିଲେଇପଦା ଛକରେ ଆଜି ବିଜେଡିର କାଯ୍ୟାଳୟ ଉଦଘାଟନ ହୋଇଛି । ସେଠାରେ ଦଳ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଧୁଝର ଜିଲ୍ଲା ସଭାପତି ମାଧବ ସରଦାର ଯୋଗ ଦେଇଥିଲେ । ଚମ୍ପୁଆ ବିଧାୟିକା ମିନାକ୍ଷୀ ମାହନ୍ତ ଓ ଯୋଡ଼ା ବ୍ଲକ ସଭାପତି ଦିଲୀପ ନାଏକ ମଞ୍ଚାସିନ ହୋଇଥିଲେ । ସଭାରେ ଦଳର ଅନେକ ପଦପଦବୀ ଧରି ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ବିଧାୟିକା ତାଙ୍କ ଅଭିଭାଷଣରେ ଦଳୀୟ କର୍ମୀଙ୍କ ମନାନ୍ତର ଓ ମତାନ୍ତରକୁ ଛାଡି ସମସ୍ତେ ଏକ ହୋଇ ଦଳକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ମାଧବ ସର୍ଦାର ତାଙ୍କର ଭାଷଣରେ ଦଳକୁ କିଭଳି ମଜବୁତ ହେବ ଓ ଜଣେ କର୍ମୀ ରଞ୍ଜିତ ବାରିକଙ୍କୁ ମୌଖିକ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସଂମ୍ମାନିତ କରିଥିଲେ । ସଭାରେ କେତେଜଣ ଅସନ୍ତୁଷ୍ଟ କର୍ମୀଙ୍କୁ ଡାକି ପୁଷ୍ପ ଗୋଚ୍ଛା ଓ ଦଳୀୟ ଉତ୍ତରି ଦେଇ ସଂମ୍ମାନିତ କରିଥିଲେ । ଶେଷରେ ଯୋଡ଼ା ବ୍ଲକ ଛାତ୍ର ସଭାପତି ଯୁଧିଷ୍ଠିର ପଲେଇ ଆମର ଦଳ ଗୋଟିଏ, ଆମର ଚି଼ହ୍ନ ଗୋଟିଏ ଏବଂ ଆମ ସୁପ୍ରିମଙ୍କ ନିର୍ଦେଶ ଅନୁଯାଇ ସମସ୍ତେ ଏକ ହୋଇ ରହିବା କହି ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍