Masthead

ପିପିଲିରେ ବିଜେଡି –ବିଜେପି ମୁହାଁମୁହିଁ

ପିପିଲି (ବଡ଼ ଖବର ବ୍ୟୁରୋ): ଉପନିର୍ବାଚନ ପାଇଁ ପିପିଲି ରାଜନୀତି ସରଗରମ ହୋଇଉଠିଛି । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ରାଜନୈତିକ ବାତାବରଣ ସରଗରମ ଥିବାବେଳେ ଶୁକ୍ରବାର ହିଂସାକାଣ୍ଡ ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ପିପିଲି ଥାନା ରାଇଗିରିପୁର ଗାଁରେ ରୋଡ ସୋରେ ଯାଉଥିବା ବେଳେ ତାଙ୍କ ଦଳର କିଛି କର୍ମୀଙ୍କୁ ମାଡ଼ ମରାଯିବା ସହ ବାଇକ୍ ଭଙ୍ଗାରୁଜା ହୋଇଛି।

ଏଥିରେ ବିଜେଡି କର୍ମୀ ସାମିଲ ଥିବା ଅଭିଯୋଗ କରି ଗାଁ ଦାଣ୍ଡରେ ଧାରଣାରେ ବସିଛନ୍ତି ଆଶ୍ରିତ। ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଛି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଅଡ଼ି ବସିଛନ୍ତି ଆଶ୍ରିତ। ରାଲିରେ ଥିବା ସମସ୍ତ କର୍ମୀ ଧାରଣାରେ ସାମିଲ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି । ଘଟଣା ସର୍ମ୍ପରେ ଆଶ୍ରିତ ପିପିଲି ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ପୁରୀ ଏସ୍‌ପିଙ୍କୁ ବି ଅବଗତ କରାଇଛନ୍ତି।

ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଆଜି ରାଇଗିରିପୁର ଗ୍ରାମରେ ଭୋଟ ଭିକ୍ଷା କରୁଥିବା ବେଳେ ବିଜେଡି ଗୁଣ୍ଡ୍ୱାନେ ଆସି ତାଙ୍କ ସମର୍ଥକମାନଙ୍କୁ ମାଡ଼ ମାରି, ଗାଡ଼ି ଭଙ୍ଗାରୁଜା କରି, ଗାଡ଼ିର ଚାବି ନେଇ ପଳାଇଛନ୍ତି। ନ୍ୟାୟ ନ ମିଳିଲେ, ଆଗାମୀ ଦିନରେ ଲଢ଼େଇ ଜୋରଦାର ହେବ ବୋଲି ଆଶ୍ରିତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼