Masthead

ମାଛଧରାରୁ ମହାଭାରତ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମାଛଧରାକୁ କେନ୍ଦ୍ରକରି ହେଲା ମହାଭାରତ। ଶେଷରେ ମାଛ ଧରାଳୀକୁ ମାରି ପଙ୍କରେ ପୋତିଲେ ଦୁର୍ବୁତ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଧାନଶୋଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଧାନଶୋଳ ଗ୍ରାମ ଲୋଧା ସାହିର ଏକ ପୋଖରୀକୁ ପଞ୍ଚାୟତରୁ ଲିଜ ସୂତ୍ରରେ ନେଇ ମାଛ ଚାଷ କରୁଥିଲେ ଗିରିଧାରୀ ସିଂ । ଗତ ବୁଧବାର ଅପରାହ୍ନରେ ଏକ ମଶାରି ନେଇ ଉକ୍ତ ପୋଖରୀରୁ ମାଛ ଧରିବାକୁ ଯାଇଥିଲେ ସନ୍ତୋଷ ଭକ୍ତା । ଖବର ପାଇ ଲିଜଧାରୀ ଗିରିଧାରୀ ଓ ତାଙ୍କର ଦୁଇ ପୁଅ ପୋଖରୀ ନିକଟରେ ପହଞ୍ଚି ସନ୍ତୋଷକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସନ୍ତୋଷ ଗୁରୁତର ହୋଇ ତଳେ ପଡିଯିବା ପରେ ମାଛଧରାରେ ବ୍ୟବହୃତ ମଶାରିରେ ସନ୍ତୋଷକୁ ଗୋଡାଇ ପୋଖରୀ ପଙ୍କରେ ପୋତି ଦେଇ ପଳାଇଥିଲେ ଅଭିଯୁକ୍ତ ମାନେ ।

ଗୁରୁବାର ଦିନ କେତେକ ପିଲା ପୋଖରୀରେ ଗାଧୋଇବା ସମୟରେ ଭାସୁଥିବା ମଶାରିର ଦଉଡିକୁ ଟାଣିବା ପରେ ସନ୍ତୋଷର ମୃତ ଦେହ ବାହାରକୁ ଆସିଥିଲା । ଘଟଣା ସମ୍ପର୍କରେ ବେତନଟୀ ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଗିରିଧାରୀ ସିଂ ଓ ତାର ପୁଅ କୁନା ସିଂକୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏ ନେଇ ବେତନଟୀ ଥାନାରେ୧୦୬/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ